କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ପଞ୍ଚମ ଅଧିବେଶନରେ ‘ଭବିଷ୍ୟତ ପ୍ରମାଣ ଉଦ୍ୟୋଗ-ଭବିଷ୍ୟତ ପାଇଁ ଷ୍ଟାର୍ଟଅପ୍ଗୁଡ଼ିକୁ ପୁନଃକଳ୍ପନା କରିବା’ଶୀର୍ଷକ ଆାଲୋଚନାରେ ଗୋ କାର୍ବନ ପଜିଟିଭ୍ର ସିଇଓ ଦେବ ଦର୍ଶନ ମହାନ୍ତି କହିଲେ, ଗ୍ରୀନ୍ ଟେକ୍ ଓଡ଼ିଶାରେ ଆଗରୁ ରହିଛି ।
ସେ ଆହୁରି ମଧ୍ୟ କହିଛନ୍ତି , ଇନୋଭେସନ ବେସଡ୍ ଷ୍ଟାର୍ଟଅପ୍ କମ୍ ରହିଛି । ଷ୍ଟାର୍ଟଅପ୍ ପାଇଁ ଇନୋଭେସନ ଗୁରୁତ୍ବପୂର୍ଣ୍ଣ । ଗୋଟିଏ ସ୍ଥାନର ଇନୋଭେସନ୍ର ଧାରା ଅନ୍ୟ ସ୍ଥାନରେ କିଛି ଅଲଗା ହୋଇପାରେ । ଓଡ଼ିଶାରେ ଚିନ୍ତା ଧାରାର ଅଭାବ ନାହିଁ । ଓଡ଼ିଶାରେ ଗ୍ରୀନ୍ ଟେକ୍ ଷ୍ଟାର୍ଟଅପ୍ରେ କାମ କରିବା ଟିକେ କଷ୍ଟ ହୋଇପାରେ କିନ୍ତୁ ଏହା ହୋଇପାରିବ । ଷ୍ଟାର୍ଟଅପ୍ ଗୁଡ଼ିକର ଇନୋଭେସନ ପାଇଁ ପାଣ୍ଠି ଜରୁରୀ । ଭାରତରେ ବ୍ଲକ୍ ଚେନ୍ ସମସ୍ୟା କ୍ଷେତ୍ରରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗ ଦ୍ବାରା ସୁଫଳ ମିଳିପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/07/11-2025-10-07-17-13-35.jpg)