କନକ ବ୍ୟୁରୋ:  ଦିନେ ଯେଉଁଠି ନୃତ୍ୟ ଓ ଗୀତ ଶିଖିବାକୁ ଭିଡ଼ ଜମୁଥିଲା, ଆଜି ସେଠି କେହି ନାହାନ୍ତି । ଖାଁ ଖାଁ ପରିବେଶ । ଚାରିପାଖ ଗଛଲତାରେ ଭର୍ତ୍ତି ହୋଇଗଲାଣି । ଅବିଭକ୍ତ କୋରାପୁଟ ଜିଲ୍ଲାର ଏକମାତ୍ର ନୃତ୍ୟ ଓ ସଙ୍ଗୀତ ମହାବିଦ୍ୟାଳୟର ଆଜି ଏଭଳି ଅବସ୍ଥା ହୋଇଛି। ୧୯୯୪ରେ ଜୟପୁରରେ ଉଦ୍‌ଘାଟିତ ହୋଇଥିଲା। ଜୟପୁର ସହରରେ ବ୍ଲକ୍ ଅଫିସକୁ ଲାଗି ରହିଛି, ତଥାପି ଏଥିପ୍ରତି ପୌରପାଳିକା କି ସରକାରଙ୍କ ନଜର ପଡ଼ୁନାହିଁ !  

Advertisment

ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାରମାନେ ଏହି ମହାବିଦ୍ୟାଳୟରେ ସଂଗୀତ ଶିଖାଉଥିଲେ । ହେଲେ ଆକାଶବାଣୀରେ କଳାକାର ଅଭାବରୁ ଏହି ମହାବିଦ୍ୟାଳୟ ପାଇଁ ଗୁରୁ ମିଳୁନାହାନ୍ତି । ଦିନେ ଏହି ମହାବିଦ୍ୟାଳୟରୁ ଶିକ୍ଷାରମ୍ଭ କରିଥିଲେ କୋରାପୁଟର ଲୋକପ୍ରିୟ ଗୀତ ‘ଛି ଛି ଛିରେ ନନୀ ଛି’ର ଗାୟକ ସତ୍ୟନାରାୟଣ ଅଧିକାରୀ । ଏହି ମହାବିଦ୍ୟାଳୟର ଉନ୍ନତି ହୋଇପାରିଲେ ତାଙ୍କ ପ୍ରତି ବଡ଼ ସମ୍ମାନ ହେବ ବୋଲି ମତ ପ୍ରକାଶ ପାଇଛି । 
ଜୟପୁର ନୃତ୍ୟ ଓ ସଙ୍ଗୀତ ମହାବିଦ୍ୟାଳୟର ପୁନଃଉଦ୍ଧାର କରି ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟ ସହ ଯୋଡ଼ିବା ପାଇଁ କଳାକାରମାନେ ଦାବି କରିଛନ୍ତି  ।