କନକ ବ୍ୟୁରୋ: ରାଜ୍ୟରେ କିଏ ହେବ ବିଜେପି ମୁଖିଆ ? କାହାର ହାତରେ ରହିବ ରାଜ୍ୟ ବିଜେପି ମଙ୍ଗ? ଏଭଳି କିଛି ପ୍ରଶ୍ନ, ଗଲା କିଛି ଦିନ ହେଲା ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିବାବେଲେ, ଶୁକ୍ରବାର ଏହାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ବିଜେପି ଉପ ସଭାପତି ବିରଞ୍ଚି ତ୍ରିପାଠୀ ।
ସେ କହିଛନ୍ତି ଯେ, ରାଜ୍ୟ ନିର୍ବାଚନ ଶେଷ କରି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବ ରାଜ୍ୟ ବିଜେପି । ତେବେ ପାର୍ଟି ଆରମ୍ଭ ସମୟରୁ ହିଁ, ଭାରତୀୟ ଜନତା ପାର୍ଟି ସମୟ ଅବଧି ଭିତରେ ତାର ନିର୍ଦ୍ଧାରିତ କାର୍ଯ୍ୟ କରେ। ମଣ୍ଡଳ ସଭାପତି ଓ ବୁଥ ନିର୍ବାଚନ ସମାପ୍ତ ହୋଇଛି , ବହୁତ ଜଲଦି ଜିଲ୍ଲା ରାଜ୍ୟ ସଭାପତି ନିର୍ବାଚନ ସରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଆମେ ତାରିଖ ନେଇ ଲକ୍ଷ୍ୟ ରଖିଥାଉ । ରାଜ୍ୟ ବିଜେପି ଅନ୍ୟ ରାଜ୍ୟ ସମକକ୍ଷ ହୋଇ ଚାଲିଛି, ଓଡ଼ିଶା ପଛାଇନି । ରାଷ୍ଟ୍ରୀୟ ନିର୍ବାଚନରେ ମଧ୍ୟ ଓଡ଼ିଶା ଭାଗ ନେବ ବୋଲି କହିଛନ୍ତି ବିରଞ୍ଚି ତ୍ରିପାଠୀ।
ସେପଟେ ଏକାଧିକ ଆଶାୟୀଙ୍କ ପ୍ରଶ୍ନରେ, ରାଜ୍ୟ ଉପସଭାପତି ଉତ୍ତର ଦେଇ କହିଛନ୍ତି ଯେ, ଆମେ ସମସ୍ତେ ଏକ । ଯାହା ଦଳ ପାଇଁ ଭଲ ତାହା ଭାରତୀୟ ଜନତା ପାର୍ଟି କରିବ । ଅତ୍ୟନ୍ତ ଶୃଙ୍ଖଳିତ ସହିତ ଭାରତୀୟ ଜନତା ପାର୍ଟି ନିର୍ବାଚନ ଶେଷ କରିବ ବୋଲି କହିଛନ୍ତି ବିରଞ୍ଚି ତ୍ରିପାଠୀ।