କନକ ବ୍ୟୁରୋ : କୋରାପୁଟ ଜିଲ୍ଳାରେ ବାର୍ଡ ଫ୍ଲୁର ଆତଙ୍କ ନାହିଁ । ଖାଉଟି ଓ ବ୍ୟବସାୟୀ ନିର୍ଭୟରେ ରୁହନ୍ତୁ, ସଚେତନ କରାଇଲା ଜିଲ୍ଳା ପ୍ରାଣୀ ଚିକିତ୍ସା ବିଭାଗ । ବାର୍ଡ ଫ୍ଲୁ ଆତଙ୍କକୁ ନେଇ ଚିନ୍ତାରେ ଖାଉଟିଓ ବ୍ୟବସାୟୀ ।
ବାର୍ଡ ଫ୍ଲୁକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଆତଙ୍କ ଲାଗି ରହିଛି । କେଉଁଠି କୁକୁଡ଼ା ମରାଯାଉଛିତ ପୁଣି କେଉଁଠି ବ୍ୟବସାୟ ବନ୍ଦ କରିବାକୁ ପଡ଼ୁଛି । ତେବେ ପିପିଲିରେ ବାର୍ଡ଼ ଫ୍ଲୁ ବ୍ୟାପିବା ପରେକୋରାପୁଟରେ ଖାଉଟି ଓ ବ୍ୟବସାୟୀଙ୍କୁ ସଚେତନ କରାଇଛନ୍ତି ପ୍ରାଣୀ ଚିକିତ୍ସା ଅଧିକାରୀ ।
କୋରାପୁଟରେବାର୍ଡ ଫ୍ଲୁ ଆତଙ୍କ ନାହିଁ । ଖାଉଟି ଓ ବ୍ୟବସାୟୀ ନିର୍ଭୟରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ବାର୍ଡ଼ଫ୍ଲୁ ଯେଉଁଠି ହୋଇଥାଏ ତାର ୧୦ କିମି ପରିଧିରେ ଏହା ବ୍ୟାପିଥାଏ । ଏଥିପ୍ରତି ଚିକିତ୍ସା ବିଭାଗ ସଜାଗରହିଛି । ଜିଲ୍ଲାବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଅଧିକାରୀ ।
ଅନ୍ୟପଟେ ବାର୍ଡ ଫ୍ଲୁ ପାଇଁ ବଜାରରେ ଆଉ ଆଗଭଳି ଭିଡ଼ ଦେଖିବାକୁ ମିଳୁନାହିଁ । ବ୍ୟବସାୟ ମଧ୍ୟ ମାନ୍ଦାପଡ଼ିଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଉଭୟ କୁକୁଡ଼ା ଚାଷୀ ଓ ବ୍ୟବସାୟୀ । ବାର୍ଡ ଫ୍ଲୁ ପାଇଁଚାଷୀମାନେ କୋଟି କୋଟି ଟଙ୍କାର କ୍ଷତି ସହିଥିବା ଅଭିଯୋଗ ହୋଇଛି ।
ପୂର୍ବରୁ କରୋନା ସମୟରେ କୁକୁଡ଼ା ଚାଷୀଙ୍କୁ ଏଭଳି କ୍ଷତି ସହିବାକୁ ପଡ଼ିଥିଲା। ଏବେ ବାର୍ଡ ଫ୍ଲୁ କୁକୁଡ଼ା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି ।