ଗାଁରେ ଜଳ ଯୋଗାଣ ପ୍ରକଳ୍ପ ଥାଇ ଲାଭ ନାହିଁ : ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଜଗତସିଂହପୁରରେ ମେଣ୍ଟୁନି ଶୋଷ

ଲୋକ କେମିତି ବିଶୁଦ୍ଧ ପାଣି ପାଇବେ, ସେଥିପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।  ହେଲେ ବାସ୍ତବରେ ଏହା କାର୍ଯ୍ୟକ୍ଷମ ହେଉଛି କି ନାହିଁ, ତାକୁ ଦେଖିବାକୁ କେହି ନାହିଁ ।

15

Photograph: (KANAKNEWS)

କନକବ୍ୟୁରୋ : ଲୋକ କେମିତି ବିଶୁଦ୍ଧ ପାଣି ପାଇବେ, ସେଥିପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।  ହେଲେ ବାସ୍ତବରେ ଏହା କାର୍ଯ୍ୟକ୍ଷମ ହେଉଛି କି ନାହିଁ, ତାକୁ ଦେଖିବାକୁ କେହି ନାହିଁ । ଫଳରେ ଟାଙ୍କି ନିର୍ମାଣର ବର୍ଷବର୍ଷ ପରେ ବି ଶୁଦ୍ଧ ଜଳ ଟିକେ ପାଲଟିଛି ସାତ ସପନ । ଜଗତସିଂହପୁର ସଦର ବ୍ଲକରୁ ଆସିଛି ପିଇବା ପାଣି ପ୍ରକଳ୍ପର ପ୍ରକୃତ ସତ । 

୩ ବର୍ଷ ତଳୁ ୩୪ ଲକ୍ଷ ଖର୍ଚ୍ଚରେ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମକ୍ଷୀ ଗାଁରେ ପାଣି ଟାଙ୍କି ନିର୍ମାଣ ସରିଛି। ହେଲେ ଆଜି ଯାଏଁ ଲୋକେ ପାଇପ୍‌ ଯୋଗେ ପାଣି ପାଇପାରିଲେ ନାହିଁ। ନିମ୍ନମାନର ପାଇପ୍‌ ପାଇଁ ମଟର୍‌ ଲଗାଉ ଲଗାଉ ଫାଟିଯାଉଛି ! ବିଶୁଦ୍ଧ ପାଣି ଅଭାବରୁ ଲୋକେ ବିଭିନ୍ନ ପ୍ରକାର ରୋଗ ଭୋଗୁଥିବା ଅଭିଯୋଗ କରିଛନ୍ତି ।

ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରିବା ସତ୍ତ୍ବେ ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ କାମରେ ଆସୁନି ସରକାରୀ ପ୍ରକଳ୍ପ। ତୁରନ୍ତ ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ। ଜଳ ଓ ପରିମଳ ବିଭାଗ ଲୋକଙ୍କ ସମସ୍ୟାକୁ ଗୁରୁତ୍ବର ସହ ନେଇ ସମାଧାନ କରିବା ଜରୁରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe