ମୋବାଇଲରେ ଚାଲିଛି ରୋଗୀ ସେବା ; ଲାଇନ କଟିଗଲେ ଭରସା ଫ୍ଲାସ୍ ଲାଇଟ୍

ବଲାଙ୍ଗୀର ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ବିଦ୍ୟୁତ୍‌ର ବିକଳ୍ପ ବ୍ୟବସ୍ଥା । ଲାଇନ୍‌ କଟିଗଲେ ରୋଗୀଙ୍କୁ ଭରସା ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ । ବାରମ୍ବାର ସମସ୍ୟାରେ ପକାଉଛି ଲୋ-ଭୋଲ୍‌ଟେଜ । 

19

କନକ ବ୍ୟୁରୋ: ଡାକ୍ତଖାନାରେ ନାହିଁ ଜେନେରେଟର । ଲାଇନ ଗଲେ ମୋବାଇଲ୍ ଫ୍ଲାସ୍‌ ମାରି ଚାଲୁଛି ରୋଗୀ ସେବା  । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । ସାଲେପାଲି ପଞ୍ଚାୟତର ଜଣେ ମହିଳା ରାତିରେ ଡାକ୍ତରଖାନାଙ୍କୁ ଚିକିତ୍ସା ପାଇଁ ଆସିଥିବା ସମୟରେ ବିଜୁଳି ଚାଲିଯାଇଥିଲା । ଫଳରେ ମୋବାଇଲ୍‌ ଲାଇଟ୍‌ରେ ମହିଳାଙ୍କ ଚିକିତ୍ସା କରାଯାଇଥିବା ଅଭିଯୋଗ ଆସିଛି । ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଗ୍ରାମୀଣ ତାଲିମ କେନ୍ଦ୍ର ହୋଇଥିଲେ ବି ଏଠାକୁ ଜେନେରେଟର ଓ ଥ୍ରୀ ଫେଜ ଲାଇନ କନେକ୍ସନ ଯୋଗାଇ ଦିଆଯାଇନାହିଁ । ଫଳରେ ଲୋ-ଭୋଲ୍‌ଟେଜର ସମସ୍ୟା ପାଇଁ ମେଡିକାଲରେ ଥିବା ଇନଭୋଟର ଚାଲୁନଥିବା ଅଭିଯୋଗ ହେଉଛି  । 

ଏନେଇ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର କହିଛନ୍ତି, ଆମର ମେଡିକାଲ କୋଠା ନାହିଁ ତାଲିମ୍ କେନ୍ଦ୍ର କୋଠାରେ ଓପିଡି ଖୋଲୁଛି  ଏବଂ ଗତ ରାତିରେ ହୋଇଥିବା ଘଟଣାରେ ଇନଭୋଟର କାମ କରିନଥିଲା ହେଲେ ୨ ମିନିଟ୍‌ ଲାଇନ୍‌ ଚାଲି ଆସିଥିଲା । ରୋଗୀଙ୍କୁ ଚିକିତ୍ସା ଯୋଗାଇବାରେ କୌଣସି ଅବହେଳା ହୋଇନଥିବା ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe