କମୁନି ମଣ୍ତି ଏବଂ ଟୋକନ୍‌ ସମସ୍ୟା , ଚାଷୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ

Advertisment

ମଣ୍ଡି ଆଉ ଟୋକନ୍‌ ଟେନସନ୍‌ ଏବର୍ଷ ଚାଷୀଙ୍କ ବଡ଼ ମୁଣ୍ଡବିନ୍ଧା ସାଜିଛି । ଗତ ନଭେମ୍ବର ୨୮ ତାରିଖରୁ ବରଗଡ଼ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ ।

ମଣ୍ଡି ଆଉ ଟୋକନ୍‌ ଟେନସନ୍‌ ଏବର୍ଷ ଚାଷୀଙ୍କ ବଡ଼ ମୁଣ୍ଡବିନ୍ଧା ସାଜିଛି । ଗତ ନଭେମ୍ବର ୨୮ ତାରିଖରୁ ବରଗଡ଼ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ ।

Screenshot 2026-03-04 092656

Photograph: (kanaknews)

କନକ ବ୍ୟୁରୋ :ମଣ୍ଡି ଆଉ ଟୋକନ୍‌ ଟେନସନ୍‌ ଏବର୍ଷ ଚାଷୀଙ୍କ ବଡ଼ ମୁଣ୍ଡବିନ୍ଧା ସାଜିଛି । ଗତ ନଭେମ୍ବର ୨୮ ତାରିଖରୁ ବରଗଡ଼ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ। ଫଳରେ ହଜାର ହଜାର ଚାଷୀଙ୍କ ଧାନ ବିକ୍ରି ହୋଇନପାରି ମଣ୍ଡିରେ ଓ ଖଳାରେ ପଡ଼ିରହିଛି। ଧାନ ବିକ୍ରି ସରିନଥିବାରୁ ରବି ଧାନ ଚାଷ କରିବା ପାଇଁ ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ। ଇତି ମଧ୍ୟରେ ଅତାବିରା ଅଧୀନରେ ଥିବା ସହରାଟିକ୍ରା ମଣ୍ଡିର ସ୍ଥିତି ପରଖିଛି କନକ ନିୟୁଜ । 

ସହରାଟିକ୍ରା ମଣ୍ଡିରେ ପ୍ରାୟ ୨୫ ହଜାର ଧାନ ବସ୍ତା ପଡ଼ିଛି
ଏଯାଏଁ ୩୬୫ ଜଣ ଚାଷୀଙ୍କ ଆସିନାହିଁ ଟୋକନ୍‌
ବରଗଡ଼ ଜିଲ୍ଲାରେ ପ୍ରାୟ ୨ ହଜାରରୁ ଅଧିକ ଚାଷୀ ପାଇନାହାନ୍ତି ଟୋକନ୍‌
ଖୋଲା ଆକାଶ ତଳେ ପଡ଼ିରହିଛି ହଜାର ହଜାର ଧାନ ବସ୍ତା 
ପୁଣି ଏକ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଭାତହାଣ୍ଡି ଚାଷୀ 

ଆହୁରି ପଢ଼ନ୍ତୁ:ଭୁବନେଶ୍ୱରରେ କମିଶନରେଟ ପୁଲିସ୍ ର ଫ୍ଲାଗମାର୍ଚ୍ଚ , ମଦ ପିଇ ଗାଡ଼ି ଚଳାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe