‘ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି’ ; ଭିକେ ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ଓଗାଳିଲେ ବାପି ସର୍ଖେଲ ।

‘ପାଣ୍ଡିଆନଙ୍କ ପାଇଁ ହାରିଲା ବିଜେଡି’ ; ଭିକେ ପାଣ୍ଡିଆନଙ୍କ ବିରୋଧରେ ଅସନ୍ତୋଷ ଓଗାଳିଲେ ବାପି ସର୍ଖେଲ । ୨୦୨୪ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କଲେ ବିଜେଡି ନେତା ବାପି ସର୍ଖେଲ । ପାରାଦୀପରେ କର୍ମୀଙ୍କୁ ନେଇ କଲେ ବୈଠକ ।

bapi

କନକ ବ୍ୟୁରୋ: ପାଣ୍ଡିଆନଙ୍କ ବିରୋଧରେ ବିଜେଡିରେ ତେଜୁଛି ଅସନ୍ତୋଷ। ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି ନେତା। ଏଭଳି ସ୍ଥିତିରେ ପାରାଦୀପର ବିଜେଡି ନେତା ବାପି ସର୍ଖେଲଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି। 

ଦଳୀୟ କର୍ମୀଙ୍କୁ ନେଇ ବୈଠକରେ ବାପି ସର୍ଖେଲ ଦଳର ଶୋଚନୀୟ ପରାଜୟ ପାଇଁ ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି। ପାଣ୍ଡିଆନ ଓ ତାମିଲ ପ୍ରସଙ୍ଗ ଉଠାଇ ବିଜେପି ଆଜି ସରକାରକୁ ଆସିଛି ବୋଲି ସେ କହିଛନ୍ତି। କହିଛନ୍ତି , ‘ମୁଁ କଂଗ୍ରେସରେ ଥାଇ ନବୀନ ବାବୁଙ୍କ ବିରୋଧରେ ପଦୁଟେ କିଛି କହିନାହିଁ, କାରଣ ସେ ଲୋକଙ୍କ ପାଇଁ କାମ କରନ୍ତି  । କିନ୍ତୁ ଭିକେ ପାଣ୍ଡିଆନ୍ ଦଳକୁ ଦିଗହରା କଲେ, ତାଙ୍କ ପାଇଁ ଦଳ ପରାଜୟ ବରଣ କଲା’ । 
 

ଆଗକୁ ଦଳକୁ ମଜବୁତ କରିବାକୁ ହେଲେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ ବୋଲି ଦଳୀୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଏହି ବୈଠକରେ ଅବଢା ଖୁଆଇ ଦଳରେ ଏକାଠି ହୋଇ ରହିବାକୁ ବାପି ସର୍ଖେଲ ଦଳୀୟ କର୍ମୀ ମାନଙ୍କୁ ଶପଥ କରାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe