କନକ ବ୍ୟୁରୋ :ହରିଆଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ।ସୋହାନରେ ଆୟୋଜିତ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମଂଚରୁ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି କଂଗ୍ରେସ ସବୁବେଳେ ନିଜ କଥାକୁ ଗୁରୁତ୍ବଦିଏ । ଜନତାଙ୍କ କଥା ବୁଝିବାକୁ ସମୟ ନାହିଁ । ଭୋଟ ଆସିଲେ ମାଳ ମାଳ ପ୍ରତିଶ୍ରୁତି ଦିଏ ଓ ନିର୍ବାଚନ ସରିଗଲେ ଭୁଲିଯାଏ । ଦଳ ନିଜ ଆଭ୍ୟନ୍ତରୀଣ କନ୍ଦଳରେ ଏତେ ବ୍ୟସ୍ତ କି ହରିଆଣା.ତେଲେଙ୍ଗାନୋ ଓ ହିମାଚଳକୁ ବର୍ବଦ କରିସାରିଛି । ଦଳିତଙ୍କ ସହ ଅନ୍ୟାୟ କରିଛି ଓ ଧାରା ୩୭୦ ଫେରାଇ ଆଣି ଜମ୍ମୁକାଶ୍ମୀରେ ପୁଣି ଆତଙ୍କ ସୃଷ୍ଟ କରିବାକୁ ଚାହୁଁଛି ସେପଟେ ଜମ୍ମୁକାଶ୍ମୀରେ ଜୋରଦାର ପ୍ରଚାର କରୁଛି କଂଗ୍ରେସ । ବିରୋଧୀ ଦଳ ନେତା ଜମ୍ମୁରେ ରାଲି କରି ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପର ହରିଆଣାରେ ଓ କଂଗ୍ରେସ ଜମ୍ମୁ ରାଲି ଭିତରେ ଆମ ଆଦମୀ ପାର୍ଟି ମଧ୍ୟ ଧୁଆଁଧାର ପ୍ରଚାର କରୁଛି ।ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ  ହରିଆଣା ରୋହତକରେ ପ୍ରଚାର କରି ବିଜେପିକ ଶାଣିତ ଆକ୍ରମଣ କରିଛନ୍ତି