କନକ ବ୍ୟୁରୋ : ସିଏମ୍‌ କିଷାନ ଟଙ୍କା ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ , ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କ୍ୟାବିନେଟରେ ସୁନା ଅଛି । ସେ ନିଜକୁ ସେହି ସୁନା ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂଦେଓ । ସଭାସ୍ଥଳରେ କେ.ଭି କହିଛନ୍ତି, ଏ ସରକାର ଲୋକଙ୍କ ସରକାର । ଏ ସରକାରରେ କାହା ସହ କାହାର ଭେଦଭାବ ନାହିଁ , ହେଲେ ଟିକେ ଫରକ ରହିଛି ।

Advertisment

ସେ କହିଛନ୍ତି , ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଠିଆ ହୁଏ, ସେତେବେଳେ ସେ ଛୋଟ ଆଉ ମୁଁ ଡେଙ୍ଗା । ମୁଁ ଯେତେବେଳେ ତାଙ୍କ ସହିତ କଥା ହୁଏ ଆଖି ତଳକୁ କରି କଥା ହୁଏ, ସେ ଆଖି ଉପରକୁ କରି କଥା ହୁଅନ୍ତି । ଏହା ପ୍ରଭୁଙ୍କ ଲୀଳା । ଜମିକୁ ଏବଂ ମାଟିକୁ ଅନାଇ ଚାଲିବା ଦରକାର । ଆମର ରାଜ୍ୟରେ ଭରପୁର ଖଣି ଖାଦାନ ଅଛି । ୪ଟି  ଜିଲ୍ଲାରେ ସୁନା ଅଛି ଏବଂ ମୋହନ ସରକାରଙ୍କ କ୍ୟାବିନେଟରେ ଗୋଟେ ସୁନା ସୁନା ମୁଁ ଅଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।