କନକ ବ୍ୟୁରୋ: ଆସୁଛି ପାର୍ବଣ ରୃତୁ, ସୁନ୍ଦର ସୁନ୍ଦର ମୁର୍ତ୍ତୀ ଏବଂ ତୋରଣରେ ଝଲସି ଉଠିବ   ବିଭିନ୍ନ ପୂଜା ମଣ୍ଡପରେ ।  ଭଲ ବ୍ୟବସାୟ ଆଶାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଣିତାପାଳ ଗାଁର ଦୁଇ ଭାଇ ସୁକୁମାର ପାଳ ଏବଂ ଭାନୁ ଚରଣ ପାଳ ମୁର୍ତ୍ତୀ ଗଢିବା ସହିତ ଆଉ ୧୫ ଜଣଙ୍କୁ ନିୟୋଜିତ କରିଛନ୍ତି । ବର୍ଷ ତମାମ ସେମାନେ ବିଭିନ୍ନ ଦେବାଦେବୀଙ୍କ ମୁର୍ତ୍ତୀ ଗଢୀଥାନ୍ତି । ଗଣେଶ, ବିଶ୍ୱକର୍ମା, ଦୁର୍ଗା, କାଳୀ, କାର୍ତ୍ତୀକ ପ୍ରଭୃତି ମୁର୍ତ୍ତୀ ଗଢନ୍ତି ଦୁଇ ଭାଇ । ଏହାବାଦ ବିଭିନ୍ନ ଅନୁଷ୍ଠାନକୁ ଯାଇ ମଧ୍ୟ ମୁର୍ତ୍ତୀ ତିଆରି କରିଥାନ୍ତି । ତଙ୍କ ହାତ ତିଆରୀ ଦେବାଦେବୀଙ୍କ ମୁର୍ତ୍ତୀ ସୁନ୍ଦର ଏବଂ ଭିନ୍ନ ଧରଣର ହୋଇଥିବାରୁ ନିଜ ମନପସନ୍ଦର ମୁର୍ତ୍ତୀ ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନରୁ ଅର୍ଡର ମିଳିଥାଏ । ୨ ଶହ ଟଙ୍କାରୁ ଆରମ୍ଭ କରି ୧୫ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ମୁର୍ତ୍ତୀର ଦାମ୍‌ ରହିଛି । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ କାରିଗରଙ୍କ ହାତକୁ ତର ନାହିଁ । ଏହାକୁ କୌଳିକ ବୃର୍ତ୍ତି ଭାବେ ଗ୍ରହଣ କରି ମୁର୍ତ୍ତୀ ତିଆରି କରି ନିଜେ ଗୁଜୁରାଣ ମେଣ୍ଟାଇବା ସହିତ ଅନ୍ୟ ୧୫ ଜଣ କାରିଗରଙ୍କୁ ମଧ୍ୟ ନିଯୁକ୍ତି ଦେଇ ରୋଜଗାଇରକ୍ଷମ କରାଇଛନ୍ତି ଦୁଇ ଭାଇ । 

Advertisment

ସେହିପରି ଭୋଗରାଇର ଚନ୍ଦ୍ରଶେଖର ପ୍ରଧାନ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ମୂର୍ତ୍ତି । ବଜାରରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଦା ରହିଥିବା ବେଳେ ଏଠାରେ ମଧ୍ୟ ପ୍ଲାଷ୍ଟର ପ୍ୟାରିସରେ ମୂର୍ତି ତିଆରି କରୁଛନ୍ତି ଏହି କାରିଗର ମାନେ । ଏହା ସହ ବମ୍ବେ ଷ୍ଟାଇଲରେ ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚା ସାଉଁଟିଛନ୍ତି । ପୂଜା ବଜାରେ ସାଧାରଣ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଚନ୍ଦ୍ର ଶେଖର ପ୍ରଧାନଙ୍କ ଦ୍ୱାରା ତିଆରି ହେଉଥିବ ସୁନ୍ଦର ସୁନ୍ଦର ମୂର୍ତ୍ତି । ଏଥିରେ ନିଜେ ସ୍ବାବଲମ୍ବୀ ହେବା ସହ ୫ ଜଣଙ୍କୁ ରୋଜଗାର ଦେଇଛନ୍ତି । ଗଣେଶ ପୂଜା ଠୁ ଆରମ୍ବ କରି କାର୍ତିକ ପୂଜା ପର୍ଯ୍ୟନ୍ତ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ଗଣେଷ ମୂର୍ତ୍ତି ତିଆରି କରନ୍ତି । ଭୋଗରାଇ ସମେତ ପାଖ ରାଜ୍ୟ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ମୂର୍ତ୍ତି ପାଇଁ ତାଙ୍କୁ ଅର୍ଡର ମିଳିଛି ।  ପୂଜା ପାଇଁ ଗାଁଠୁ ସହର ସବୁଠି ପ୍ରସ୍ତୁତି ଜୋରଦାର ହୋଇଛି । ଚଳିତ ବର୍ଷ ଭଲ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ମୂର୍ତ୍ତି କାରିଗର ।