ଅଯୋଧ୍ୟା ରାମ ମନ୍ଦିର, ସରକାର ନେଇଛନ୍ତି ୪ଶହ କୋଟିର ଟାକ୍ସ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ପରିଚାଳନା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କୁ ପ୍ରାୟ ୪୦୦ କୋଟି ଟଙ୍କାର ଟିକସ ପ୍ରଦାନ କରିଛି ।

Rama mandir

Photograph: (KanakNews )

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ପରିଚାଳନା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କୁ ପ୍ରାୟ ୪୦୦ କୋଟି ଟଙ୍କାର ଟିକସ ପ୍ରଦାନ କରିଛି । ଏହି ସୂଚନା ଦେଇ ଟ୍ରଷ୍ଟ ସଚିବ ଚମ୍ପତ ରାୟ କହିଛନ୍ତି, ଏହି ରାଶି ୫ ଫେବ୍ରୁଆରୀ ୨୦୨୦ ରୁ ୫ ଫେବ୍ରୁଆରୀ ୨୦୨୫ ମଧ୍ୟରେ ଦିଆଯାଇଛି ।

କେତେ GST ଦିଆଯାଇଥିଲା
୪୦୦ କୋଟି ଟଙ୍କା ମଧ୍ୟରୁ ୨୭୦ କୋଟି ଟଙ୍କା ଜିଏସଟି ଭାବରେ ଦିଆଯାଇଛି ଏବଂ ବାକି ୧୩୦ କୋଟି ଟଙ୍କା ଅନ୍ୟାନ୍ୟ ଟିକସ ବର୍ଗ ଅଧୀନରେ ଦିଆଯାଇଛି । ଏହି ୧୩୦ କୋଟି ଟଙ୍କାରେ ଟିଡିଏସ୍, ଲେବର ସେସ୍, ଇଏସଆଇ, ବୀମା ଭଳି ଟାକ୍ସ ଅନ୍ତର୍ଭୁକ୍ତ ।

ଧାର୍ମିକ ପର୍ଯ୍ୟଟନ ସ୍ଥଳ ପାଲଟିଛି ଅଯୋଧ୍ୟା 
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରଠାରୁ, ଏହି ସହର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳ ପାଲଟିଛି । ଗତ ବର୍ଷ, ୧୬ କୋଟିରୁ ଅଧିକ ପର୍ଯ୍ୟଟକ ଅଯୋଧ୍ୟା ଆସିଥିଲେ, ଯେଉଁଥିରୁ ୫ କୋଟି ଲୋକ ରାମ ମନ୍ଦିର ଦର୍ଶନ କରିଥିଲେ । ଏହା ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି କରିଛି । ପର୍ଯ୍ୟଟକ ଆସିବା ଦ୍ୱାରା ବ୍ୟବସାୟ ବଢୁଛି, ଲୋକେ ରୋଜଗାର ପାଉଛନ୍ତି । ମହାକୁମ୍ଭ ସମୟରେ ମଧ୍ୟ ୧.୨୬ କୋଟି ଭକ୍ତ ଅଯୋଧ୍ୟା ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe