କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ପରିଚାଳନା ପାଇଁ ଗଠିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କୁ ପ୍ରାୟ ୪୦୦ କୋଟି ଟଙ୍କାର ଟିକସ ପ୍ରଦାନ କରିଛି । ଏହି ସୂଚନା ଦେଇ ଟ୍ରଷ୍ଟ ସଚିବ ଚମ୍ପତ ରାୟ କହିଛନ୍ତି, ଏହି ରାଶି ୫ ଫେବ୍ରୁଆରୀ ୨୦୨୦ ରୁ ୫ ଫେବ୍ରୁଆରୀ ୨୦୨୫ ମଧ୍ୟରେ ଦିଆଯାଇଛି ।
କେତେ GST ଦିଆଯାଇଥିଲା
୪୦୦ କୋଟି ଟଙ୍କା ମଧ୍ୟରୁ ୨୭୦ କୋଟି ଟଙ୍କା ଜିଏସଟି ଭାବରେ ଦିଆଯାଇଛି ଏବଂ ବାକି ୧୩୦ କୋଟି ଟଙ୍କା ଅନ୍ୟାନ୍ୟ ଟିକସ ବର୍ଗ ଅଧୀନରେ ଦିଆଯାଇଛି । ଏହି ୧୩୦ କୋଟି ଟଙ୍କାରେ ଟିଡିଏସ୍, ଲେବର ସେସ୍, ଇଏସଆଇ, ବୀମା ଭଳି ଟାକ୍ସ ଅନ୍ତର୍ଭୁକ୍ତ ।
ଧାର୍ମିକ ପର୍ଯ୍ୟଟନ ସ୍ଥଳ ପାଲଟିଛି ଅଯୋଧ୍ୟା
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରଠାରୁ, ଏହି ସହର ଏକ ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳ ପାଲଟିଛି । ଗତ ବର୍ଷ, ୧୬ କୋଟିରୁ ଅଧିକ ପର୍ଯ୍ୟଟକ ଅଯୋଧ୍ୟା ଆସିଥିଲେ, ଯେଉଁଥିରୁ ୫ କୋଟି ଲୋକ ରାମ ମନ୍ଦିର ଦର୍ଶନ କରିଥିଲେ । ଏହା ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି କରିଛି । ପର୍ଯ୍ୟଟକ ଆସିବା ଦ୍ୱାରା ବ୍ୟବସାୟ ବଢୁଛି, ଲୋକେ ରୋଜଗାର ପାଉଛନ୍ତି । ମହାକୁମ୍ଭ ସମୟରେ ମଧ୍ୟ ୧.୨୬ କୋଟି ଭକ୍ତ ଅଯୋଧ୍ୟା ଆସିଥିଲେ ।