କଟକ ନୂଆପାଟଣା ପଞ୍ଚାୟତ ଅଞ୍ଚଳରେ କୁମ୍ଭୀର ଆତଙ୍କ, ମହାନଦୀ ଘାଟରେ ୨ଟି କୁମ୍ଭୀର ବୁଲୁଥିବାର ଦୃଶ୍ୟମାନ

ମହାନଦୀ ଘାଟରେ ୨ଟି କୁମ୍ଭୀର ବୁଲୁଥିବାର ଦୃଶ୍ୟମାନ । ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ।

ମହାନଦୀ ଘାଟରେ କୁମ୍ଭୀର ଆତଙ୍କ

ମହାନଦୀ ଘାଟରେ କୁମ୍ଭୀର ଆତଙ୍କ Photograph: (kanakNews)

କନକ ବ୍ୟୁରୋ: କଟକ ନୂଆପାଟଣା ପଂଚାୟତ ମହାନଦୀ ଘାଟରେ କୁମ୍ଭୀର ଆତଙ୍କ । ଦୁଇଟି କୁମ୍ଭୀର ଦେଖିବାକୁ ମିଳିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ସକାଳୁ ସକାଳୁ ମହାନଦୀକୁ ଗାଁ ଲୋକେ ଗାଧୋଇବାକୁ ଯାଇଥିବା ବେଳେ ମହିଳାମାନେ କୁମ୍ଭୀର ଦେଖିଥିବା କହିଛନ୍ତି । 

ଫଳରେ ଗାଁ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ନରସିଂହପୁର ବନ ବିଭାଗକୁ ଖବର ଦିଆଯାଇଥିବା ସୂଚନା ମିଳିଛି । ଘଡ଼ିଆଳ କୁମ୍ଭୀର ମହାନଦୀରେ ବୁଲୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe