କନକ ବ୍ୟୁରୋ: ବିଦ୍ୟାଳୟ, ମଣିଷ ଗଢ଼ା କାରଖାନା । ଶିଶୁର ଭବିଷ୍ୟତ ଏହିଠାରେ ଗଢ଼ା ହୋଇଥାଏ । ଆଉ ଏହାର ନିର୍ମାତା ହେଉଛନ୍ତି ଶିକ୍ଷକ । ହେଲେ ଆଜି ରାଜ୍ୟର ଅନେକ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳୁଛି ଶିକ୍ଷକ ଅଭାବ । ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ସବୁଠି ସ୍ଥିତି ସଙ୍ଗୀନ । କେଉଁଠି ଅଧାରୁ ଅଧା ଶିକ୍ଷକ ପଦବୀ ଖାଲି ପଡ଼ିଛି ତ’ ଆଉ କେଉଁଠି ସମ୍ପୂର୍ଣ୍ଣ ଜିଲ୍ଲାର ସରକାରୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନାହାନ୍ତି । ଯେଉଁଠାରେ ଶିକ୍ଷକ ଅଛନ୍ତି, ସେଠାରେ ପାଠପଢ଼ାର ଗୁଣବତ୍ତା ଅନୁପସ୍ଥିତ ରହୁଛି । ଗୋଟିଏ ପଟେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବିଦ୍ୟାଳୟ ଛାଡ଼ିବାକୁ ସଚେତନ କରାଯାଉଛି । ଅନ୍ୟପଟେ ଶିକ୍ଷା ବିଭାଗ ନିଜେ ଚେତି ପାରୁନି । ଏମିତି ବର୍ଷ ବର୍ଷ ଧରି ଚାଲିବା ପରେ ବି ଶିକ୍ଷା ବିଭାଗ ଚୁପ୍ ବସିଛି । ଯାହାର କାରଣ ସରକାରୀ ବିଦ୍ୟାଳୟ ଛାଡ଼ି ଅଭିଭାବକ ବେସରକାରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି । ଯେଉଁ ଗରିବ ମଣିଷଟିର ସକ୍ଷମ ନାହିଁ, ସେ ବାଧ୍ୟ ହୋଇ ସରକାରୀ ବିଦ୍ୟାଳୟ ଛାଡ଼ୁଛନ୍ତି । ପିଲାର ଅଧା ଦିନ ‘ଆମ ବିଦ୍ୟାଳୟକୁ ଶିକ୍ଷକ ଦିଅ’ ବିତିଯାଉଛି । ଆଉ କେତେ ଦିନ ଗଲେ ଶିକ୍ଷା ବିଭାଗ ଏ ସମସ୍ୟାକୁ ଗୁରୁତର ଭାବେ ଗ୍ରହଣ କରି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ତାକୁ ଅପେକ୍ଷା ।
ଖୋର୍ଦ୍ଧାରେ ମୁରବି ବିହୀନ ଶିକ୍ଷାନୁଷ୍ଠାନ
ନୂଆପଡ଼ାରେ ବିଦ୍ୟାଳୟ ଛାତରୁ ଖସୁଛି ଅତଡ଼ା
ଆସ୍କାରେ ଶିକ୍ଷକଙ୍କ ବଦଳିକୁ ବିରୋଧ
ନାହାନ୍ତି ଆବଶ୍ୟକୀୟ ଶିକ୍ଷକ
ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ଧାରଣା
ଆଦିବାସୀ ଅଧ୍ୟୁଷିତ ରାୟଗଡ଼ାରେ ଶିକ୍ଷକ ମରୁଡ଼ି
ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ, ପାଠପଢ଼ା ପ୍ରଭାବିତ
ଆଠଗଡ଼ରେ ଶ୍ରେଣୀଗୃହ ଅଭାବ
ଗୋଟିଏ ଛାତ ତଳେ ଅଙ୍ଗନବାଡ଼ି ଓ ସ୍କୁଲ
ବଡ଼ମ୍ବାରେ ଶିକ୍ଷକ ବଦଳିକୁ ବିରୋଧ
ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ
ଦୁର୍ବଳ ‘ଶିକ୍ଷା’ର ବିକଳ ଚିତ୍ର
୩୫,୯୨୮ ପ୍ରାଥମିକ ବିଦ୍ୟାଳୟ
୨୦,୪୨୭ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
୬୧୯୩ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ
୮୪୯ ମାନ୍ୟତାପ୍ରାପ୍ତ ଉଚ୍ଚ ବିଦ୍ୟାଳୟ
୧୫୧ ସ୍ବୀକୃତିପ୍ରାପ୍ତ ଉଚ୍ଚ ବିଦ୍ୟାଳୟ
୧୯୮୧ ବ୍ଲକ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ
ପ୍ରଥମରୁ ଦଶମ ଯାଏଁ ୭୨,୨୧,୨୧୮ ଛାତ୍ରଛାତ୍ରୀ
ଖାଲି ପଡ଼ିଛି କେତେ ଶିକ୍ଷକ ପଦବି?
ଖୋର୍ଦ୍ଧା ଜିଲ୍ଲାରେ ମୁରବି ବିହୀନ ଶିକ୍ଷାନୁଷ୍ଠାନ
ଅଧାରୁ ଅଧିକ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି
୧୬ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟ ନାହାନ୍ତି ପ୍ରଧାନଶିକ୍ଷକ
୮୨ଟି ନୂତନ ଅନୂଦାନ ପ୍ରାପ୍ତ ବିଦ୍ୟାଳୟ
୧୭ଟିରେ ପ୍ରଧାନଶିକ୍ଷକ ପଦବି ଖାଲି
ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥା ବି ସମାନ
୧୮୭ଟିରୁ ୭୭ଟିରେ ନାହାନ୍ତି ପ୍ରଧାନଶିକ୍ଷକ
ଦୁର୍ବଳ 'ଶିକ୍ଷା'ର ବିକଳ ଚିତ୍ର
୧୯୪୮ରୁ ପ୍ରତିଷ୍ଠିତ ମୁନିଗୁଡା ଆଗୁଳ ଆଶ୍ରମ ବିଦ୍ୟାଳୟ
ଏବେ ପାଠ ପଢୁଛନ୍ତି ୪୪୦ଜଣ ଛାତ୍ରଛାତ୍ରୀ
ଆରମ୍ଭ ହୋଇଛି ଶିଶୁ ବାଟିକା
୯ଟି ଶ୍ରେଣୀ ପାଇଁ ଅଛନ୍ତି ୩ଜଣ ଶିକ୍ଷକ, ୬ଟି ଶ୍ରେଣୀଗୃହ
ଗୋଟିଏ ଘରେ ବସୁଛନ୍ତି ୨ରୁ ୩ଟି ଶ୍ରେଣୀର ପିଲା
ରାୟଗଡ଼ାରେ ମଙ୍ଗଳ ବିଭାଗର ୫୯୩ଟି ହଷ୍ଟେଲ ଅଛି
୫୧ହଜାର ୧୨୨ ଜଣ ଆଦିବାସୀ ହରିଜନ ଛାତ୍ରଛାତ୍ରୀ ରହୁଛନ୍ତି
ଅଧିକାଂଶ ସ୍କୁଲରେ ଶିକ୍ଷକ ଅଭାବ ଅଭିଯୋଗ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/02/20-2025-08-02-17-44-25.jpg)