କନକ ବ୍ୟୁରୋ : ପ୍ରତ୍ୟେକ ଦିନ ୫୦୦୦ ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି । ଏହା ସହ ପ୍ରତ୍ୟେକଦିନ ୪୦୦ ରୁ ଅଧିକ ରୋଗୀ ଆଡମିଟ୍ ହେଉଛନ୍ତି । ଯେତିକି ଡାକ୍ତର ଅଛନ୍ତି ତାଙ୍କୁ ନେଇ ମ୍ୟାନେଜ କରାଯାଉଛି । ପ୍ରାୟ ୬୦ ଟି ଡାକ୍ତର ପଦବୀ ଖାଲିପଡ଼ିଛି । ପ୍ରତ୍ୟେକ ମାସ ଲିଖିତ ଆକାରରେ ସରକାରଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି, ସରକାର ପଦକ୍ଷେପ ନେବେ ବୋଲି ଆଶା ରଖିଛୁ ।
ସେହିଭଳି ନର୍ସିଂ ଅଫିସର ପ୍ରାୟ ୬୦ ପଦବୀ ଖାଲି ପଡ଼ିଛି । ଆଉଟ ସୋର୍ସିଂ ଆଧାରରେ ଯେତିକି ସମ୍ଭବ ପୂରା କରିବାକୁ ଚେଷ୍ଟା କରାଯାଉଛି । ବର୍ତ୍ତମାନ ୨ ଟି ବିଭାଗକୁ ମିଶାଇ ୨୦୦ ରୁ ଅଧିକ ଡାକ୍ତର ଅଛନ୍ତି । ଖାଲି ଥିବା ସଂଖ୍ୟା ପୂରା ହେଲେ ଚିକିତ୍ସା ସେବା ସହଜ ହୋଇପାରନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/25/capital-hospital-bbsr-2025-07-25-13-06-47.jpg)