କନକ ବ୍ୟୁରୋ: ଆସୁଛି ଆଉ ଏକ ଲଘୁଚାପ । ୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ପ୍ରଭାବରେ ୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା । ବର୍ତ୍ତମାନ ରାଜ୍ୟରେ ଘୁର୍ଣ୍ଣିବଳୟ ସହ ମୌସୁମୀ ଟ୍ରପ ପ୍ରଭାବରେ ବର୍ଷା ଲାଗିରହିଥିବା ବେଳେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ହାଲୁକରୁ ମାଧ୍ୟମରେ ଧରଣର ବର୍ଷା ଚେତାବନୀ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କକରିଛି ପାଣିପାଗ ବିଭାଗ ।
ଏହାସହ କୋରାପୁଟ କଳାହାଣ୍ଡି ରାୟଗଡା ଗଜପତି ଗଂଜାମ ଓ କନ୍ଧମାଳରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହେବାକୁ ଥିବା ବେଳେ କଳାହାଣ୍ଡି କୋରାପୁଟ ଓ କନ୍ଧମାଳ ରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ୱାରେଞ୍ଜ ଆଲର୍ଟ ସହ ମାଲକାନଗିରି, ନବରଙ୍ଗପୁର, ରାୟଗଡା, ନୂଆପଡା, ବଲାଙ୍ଗୀର ଓ ଗଜପତି ରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ୫ ତାରିଖ ପର୍ଯ୍ୟନ୍ତ ପପ୍ରବାଳ ବର୍ଷା ଥିବା ବେଳେ ଏହିସବୁ ଜିଲ୍ଲାରେ ବିଜୁଳୁ ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବା ସମ୍ଭାବନା ଦେଇଛି ବିଭାଗ । ସେପଟେ ମେଘୁଆ ପାଗ ସହ ପବନର ବେଗକୁ ନେଇ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨ ରୁ ୪ ତାରିଖ ଯାଏ ମସ୍ଥ୍ୟଜୀବି ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ବର୍ଷା ହୋଇଥିବା ବେଳେ ୭ ସ୍ଥାନରେ ପ୍ରବଳ ଓ ୧ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ କନ୍ଧମାଳ ଫିରିଙ୍ଗିଆ ରେ ସର୍ବାଧିକ ୧୨୫ ମିମି ବର୍ଷା ରେକର୍ଡ ହୋଇଛି ।