କନକ ବ୍ୟୁରୋ: ଲୋକଙ୍କ ସମୟ ଅତିବାହିତ ଓ ମନୋରଞ୍ଜନ ପାଇଁ ପାର୍କ ଅଛି, ହେଲେ କୌଣସି ସୁବିଧା ନାହିଁ। କେଉଁଠି ଆବର୍ଜନାରେ ଭରିରହିଛି ତ କେଉଁଠି ଲୋକଙ୍କ ପାଇଁ ମୌଳିକ ସୁବିଧା ନାହିଁ। ଯାହାକୁ ନେଇ ସ୍ବର ଉଠାଇଲେଣି ସମ୍ବଲପୁରବାସୀ ।..

Advertisment

ପାର୍କ ନାଁ ଶୁଣିଲେ ଲୋକେ ନାକ ଟେକୁଛନ୍ତି। କେଉଁଠି ମଇଳା ତ କେଉଁଠି ପାର୍କଟି ଜରାଜୀର୍ଣ୍ଣ। ଫଳରେ ଲୋକଙ୍କ ପସନ୍ଦକୁ ଆସୁନି ପାର୍କ । ସମ୍ବଲପୁର ମହାନଗର ନିଗମ  ଅଞ୍ଚଳରେ ମୋଟ୍ ୨୯ଟି ପାର୍କ ରହିଛି। ସେଥିରୁ ୧୭ ଟି ପାର୍କର ଦାୟିତ୍ବ ଏସ୍‌ଏଚ୍‌ଜି ମହିଳା ହାତରେ। ଯାହା ପରିଚାଳନା ଠିକ ହୋଇପାରୁନି।  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ରକ୍ଷଣାବେକ୍ଷଣ ପରେ ପରିଚାଳନା ପାଇଁ ଗୌରୀ ଶଙ୍କର ସାହାଣୀ ପାର୍କକୁ ଏକ ଏନ୍‌ଜିଓ ସଂସ୍ଥାକୁ ପ୍ରଦାନ କରାଯାଇଛି। ଅନ୍ୟ ୧୧ଟି ପାର୍କକୁ ମହାନଗର ନିଗମ ନିଜେ ପରିଚାଳନା କରୁଛି। ସେହିପରି ସହରର ରାସ୍ତାକଡ଼ରେ ଥିବା କିଛି ଛୋଟ ପାର୍କ ଓ ରାସ୍ତାକଡ଼ ଉଦ୍ୟାନକୁ ଓଏଫ୍‌ଡିସିକୁ ପରିଚାଳନା ପାଇଁ ପ୍ରଦାନ କରାଯାଇଛି । ତଥାପି ଅବ୍ୟବସ୍ଥା ଘେରରେ ରହିଛି ପାର୍କ ସବୁ ।

ସେହିପରି ଅନ୍ୟ କିଛି ପାର୍କ ବହୁ ପୁରୁଣା ଅଟେ। ଗତ କିଛି ବର୍ଷ ମଧ୍ୟ ନିର୍ମାଣ ହୋଇଥିବା ଛୋଟ ଛୋଟ ପାର୍କ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁନି। ବର୍ତ୍ତମାନ ନୂତନ ଢ଼ାଞ୍ଚାରେ ପାର୍କ ନିର୍ମାଣ କରି ସେଠାରେ ସମସ୍ତ ସୁବିଧା ଯୋଗାଇ ଦେବାର ଆବଶ୍ୟକତା ରହିଛି। ପାର୍କରେ ଲାଇଟ୍, ପାଣି, ରକ୍ଷଣାବେକ୍ଷଣ ସମସ୍ୟା ସହ ଲାଇଟ୍ ସମସ୍ୟା ମଧ୍ୟ ରହିଛି। ଯାହା ନୂତନ ଏସଏମସି କମିଶନର ନିଜର ଗସ୍ତ ସମୟରେ ଜାଣିବାକୁ ପାଇଛନ୍ତି ।