ଜଳବାୟୁକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଜ୍ଞାନ ବୃଦ୍ଧି କରିବା ଆବଶ୍ୟକ : କମଳ ଲୋଚନ ମିଶ୍ର

ଚାଷ ସହିତ ସମ୍ପର୍କିତ ନହୋଇ ଚାଷର ବିକାଶ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଫଳ ହୋଇ ନପାରେ ।  ନବରଙ୍ଗପୁର ଚାଷୀଙ୍କୁ ଡ୍ରିପ୍ ଇରିଗେସନ ଦ୍ବାରା ଜଳସେଚନ କରି ବେଶ୍ ସଫଳ ହୋଇଛନ୍ତି ।

6

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ଆଜି ଏହି ସମ୍ମିଳନୀର ତୃତୀୟ ତଥା ଶେଷ ଦିନର ଚତୁର୍ଥ ଅଧିବେଶନରେ ‘ବିଭିନ୍ନ ଗୋଷ୍ଠୀଙ୍କୁ ଜଳବାୟୁ ବିଜ୍ଞାନ ସହ ଯୋଡ଼ି ସେମାନଙ୍କ ଜ୍ଞାନ ବୃଦ୍ଧି କରିବା’ଶୀର୍ଷକ ଆାଲୋଚନାରେ କ୍ଷମତା ବିକାଶ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇଏଏସ୍ ଡକ୍ଟର କମଳ ଲୋଚନ ମିଶ୍ର ନିଜର ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ,  ଆଜି ଓଡ଼ିଶା ମହାବାତ୍ୟାର ୨୫ ପରେ ଯେଉଁଠି ଠିଆ ହୋଇଛି ଏନେଇ ଗୋଷ୍ଠୀଙ୍କର ସଚେତନତାକୁ ହୃଦୟଙ୍ଗମ କରିବା ଜରୁରୀ । ତାଙ୍କ ପାଖରେ ନ ପହଞ୍ଚିଲେ ଆମେ ତାଙ୍କର ସମସ୍ୟାର ସମାଧାନ କରି ପାରିବା ନାହିଁ । ଏବେ ବର୍ଷା ହେଉ ନାହିଁ , ଏକକାଳୀନ ଅଧିକ ବର୍ଷା ହେଉଛି ।

ସେ ଆହୁରି ମଧ୍ୟ କହିଛନ୍ତି , ଆମେ ଅଧ୍ୟୟନ ତଥ୍ୟ ଆଧାରରେ ଯୋଜନା ପ୍ରସ୍ତୁତ କରିଥାଉ ।  ବ୍ୟକ୍ତିଗତ ବୁଝିବା ଆଧାରରେ ଆମେ ବିଭିନ୍ନ ଗୋଷ୍ଠୀଙ୍କୁ ଜଳବାୟୁ ବିଜ୍ଞାନ ସହ ଯୋଡ଼ି ସେମାନଙ୍କ ଜ୍ଞାନ ବୃଦ୍ଧି କରିପାରିବା । ଲୋକେ ବୁଝୁଥିବା ଭଳି ବୋଧଗମ୍ୟ ବ୍ୟବହାରିକ ଜ୍ଞାନ ଆଧାାରରେ ଏହା କରାଯିବା  ଆବଶ୍ୟକ । ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବିଶ୍ବାସ ଜିତିବା ପରେ ଲୋକଙ୍କ ଜଳବାୟୁ ସମ୍ପର୍କିତ ଜ୍ଞାନ ବୃଦ୍ଧି କରାଯିବା ଆବଶ୍ୟକ ।

ଚାଷ ସହିତ ସମ୍ପର୍କିତ ନହୋଇ ଚାଷର ବିକାଶ ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସଫଳ ହୋଇ ନପାରେ ।  ନବରଙ୍ଗପୁର ଚାଷୀଙ୍କୁ ଡ୍ରିପ୍ ଇରିଗେସନ ଦ୍ବାରା ଜଳସେଚନ କରି ବେଶ୍ ସଫଳ ହୋଇଛନ୍ତି । ମାଛ ଚାଷ ପାଇଁ ମଧ୍ୟ କମ୍ ପାଣି ଆବଶ୍ୟକ । ତେବେ ଏସବୁ ଯୋଜନା ଆଧାରରେ କରାଯିବା ଜରୁରୀ । ଜଳବାୟୁ ପୂର୍ବାନୁମାନକୁ ସାଧରଣ ଲୋକେ ନିଜ ଅନୁସାରେ ଠିକ୍ କି ଭୁଲ୍ ଆକଳନ କରିଥାନ୍ତି । ଏବେ ପଞ୍ଚାୟତ ସ୍ତରରେ ଜଳବାୟୁ ତଥ୍ୟ ସଂରକ୍ଷିତ ରଖାଯିବ। ଏହାଦ୍ବାରା ସ୍ଥାନୀୟ ଚାଷୀ ଅତୀତର ଚାଷ ସମ୍ପର୍କିତ ତଥ୍ୟ ନେଇ ବିଚାର କରି ପାରିବ । ଏନେଇ ସେମାନେ ସତର୍କ ହୋଇପାରିବେ । ଜଳବାୟୁ ଭିତ୍ତିକ ଚାଷ କରାଯିବା ଜରୁରୀ । ଯାହାଦ୍ବାରା ବିଶେଷ ସୁଫଳ ମିଳିପାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe