କନକବ୍ୟୁରୋ : ଏବେ ସିନେମା ନିର୍ମାତା ତଥା ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଚର୍ଚ୍ଚା ଜୋର ଧରିଛି । କାହିଁକି ନା ଏବେ ଶୁଣିବାକୁ ମିଳୁଛି ସିଏ ଏବେ ସିନେମା ଦୁନିଆକୁ ବାଏ ବାଏ କହିଛନ୍ତି , ନିକଟରେ ତାଙ୍କର ଏକ ସାକ୍ଷାତକାର ହୋଇଥିଲା ସେଥିରେ ସେ କହିଥିଲେ ସିନେମା ଓ ଶିଳ୍ପ ସବୁ ଏବେ ଏକ ପ୍ରକାର ହୋଇଛି ସେଥିପାଇଁ ସିନେମା ଶିଳ୍ପ ସହିତ ଜଡ଼ିତ ଲୋକଙ୍କ ଲକ୍ଷ୍ୟ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି ।
ପ୍ରତ୍ୟେକ କଳାକାରଙ୍କୁ ସିନେମା ପିଛା ୫୦୦ରୁ ୮୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ଅଛି । ସିନେମାରେ ଆଉ ବାସ୍ତବତା ଦେଖିବାକୁ ମିଳୁ ନାହିଁ । ଆଖି ସାମ୍ନାରେ ସବୁକିଛି ହଜିଗଲା ଭଳି ଲାଗୁଛି। ଲାଭ କେମିତି ମିଳିବ ସମସ୍ତେ ସେଦିଗରେ ବାୟା ହୋଇଯାଇଛନ୍ତି । ସହର ଛାଡ଼ିବାକୁ ନେଇ ଅନୁରାଗ କହିଛନ୍ତି, ‘ ଗୋଟିଏ ସହର କେବଳ ଆକୃତି ଦ୍ବାରା ନୁହେଁ ଲୋକଙ୍କ ଦ୍ବାରା ବି ତିଆରି ହୋଇଥାଏ । ମୁମ୍ବାଇରେ ଲୋକମାନେ ସର୍ବଦା ଆପଣଙ୍କ ଗୋଡ଼କୁ ତଳକୁ ଟାଣିବାକୁ ଚେଷ୍ଟା କରନ୍ତି। ମୋ ପୂର୍ବରୁ ବି ଅନେକ ସିନେମା ନିର୍ମାତା ସହର ଛାଡ଼ି ଦୁବାଇ, ଲଣ୍ଡନ, ପର୍ତ୍ତୁଗାଲ, ଆମେରିକା ଓ ଜର୍ମାନରେ ଯାଇ ଶାନ୍ତିରେ ବସବାସ କରୁଛନ୍ତି ।
ଜାଣନ୍ତୁ ତାଙ୍କ ବିଷୟରେ କିଛି ସମ୍ୟକ ଅନୁଯାୟୀ
ସୁଚନା ଅନୁଯାୟୀ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ଚଳଚ୍ଚିତ୍ର ଜଗତରେ ଅନୁରାଗଙ୍କର ଅବଦାନ ପାଇଁ ଫ୍ରାନ୍ସ ସରକାର ତାଙ୍କୁ ୨୦୧୩ ମସିହାରେ ସମ୍ମାନିତ କରିଥିଲେ । ଅନୁରାଗ ପ୍ରଥମେ ଜଣେ ଦୂରଦର୍ଶନ ଧାରାବାହିକ କାହାଣୀକାର ଭାବରେ କାର୍ଯ୍ୟ କରିଥିଲେ । ସେ କିଛି ସଫଳ ଏବଂ ଚର୍ଚ୍ଚିତ ଧାରାବାହିକର କାହାଣୀ ରଚନା କରିବା ପରେ ୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ହତ୍ୟାଭିତ୍ତକ ଚଳଚ୍ଚିତ୍ର ସତ୍ୟାର ସହ-ଲେଖକ ଭାବରେ କାର୍ଯ୍ୟ କରିଥିଲେ । ଏହାପରେ ସେ ପାଞ୍ଚ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ,
ମାତ୍ର ଏହି ଚଳଚ୍ଚିତ୍ରଟିରେ ଥିବା ମାତ୍ରାଧିକ ଆପତ୍ତିଜନକ ଦୃଶ୍ୟ ଏବଂ କାହାଣୀ ପାଇଁ ଭାରତୀୟ ଚଳଚ୍ଚିତ୍ର ନିୟନ୍ତ୍ରକ ସଂଘ ଏହାକୁ ମୁକ୍ତିଲାଭ କରିବାର ଅନୁମତି ଦେଇନଥିଲେ । ୨୦୦୭ ମସିହାରେ ଅନୁରାଗଙ୍କ ନିର୍ଦ୍ଦେଶନାରେ ପ୍ରଥମ ଚଳଚ୍ଚିତ୍ର ବ୍ଲାକ୍ ଫ୍ରାଇଡେ ମୁକ୍ତିଲାଭ କଲା । ଏହି ଚଳଚ୍ଚିତ୍ରଟିର ୧୯୯୩ର ବମ୍ବେ ବୋମା ବିସ୍ଫୋରଣ ଉପରେ ଆଧାରିତ ହୁସେନ ଜାଇଦିଙ୍କ ପୁସ୍ତକର କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାବେଳେ ପୁଣିଥରେ ଜାତୀୟ ଚଳଚ୍ଚିତ୍ର ପ୍ରମାଣପତ୍ରପାଇଁ ଦୁଇ ବର୍ଷ ଅପେକ୍ଷା କରିଥିଲା ।
ସେତେବେଳକୁ ୧୯୯୩ ବୋମା ବିସ୍ଫୋରଣର ମକୋଦ୍ଦମା ଚାଲିଥିଲା, ତେଣୁ ଏହାର କାହାଣୀ ଉପରେ ରୋକ ଲଗାଯାଇଥିଲା । ମାତ୍ର ମକୋଦ୍ଦମା ଶେଷ ହେବା ଆଗରୁ ୨୦୦୭ରେ ଏହାକୁ ମୁକ୍ତିଲାଭ ପାଇଁ ଅନୁମତି ଦିଆଯାଇଥିଲା । ଏହି ଚଳଚ୍ଚିତ୍ରକୁ ନେଇ ସର୍ବସାଧାରଣରେ ଜାଗିଥିବା ଲୋକପ୍ରିୟତା ପାଇଁ ଏହାକୁ ମୁକ୍ତିଲାଭର ଅନୁମତି ମିଳିଥିଲା । ଏହାପରେ ୨୦୦୭ରେ ତାଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ନୋ ସ୍ମୋକିଙ୍ଗ୍ ସମୀକ୍ଷକଙ୍କଠାରୁ ନାକାରାତ୍ମକ ପ୍ରତିକ୍ରୟା ପାଇଥିବାବେଳେ ବ୍ୟବସାୟରେ ବହୁତ ଖରାପ ପ୍ରଦର୍ଶନ କରିଥିଲା । ଏହାପରେ ୨୦୦୯ରେ ମୁକ୍ତିଲାଭ କରିଥିବା ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ଚଳଚ୍ଚିତ୍ର ଦେଭ୍.ଡିଙ୍କୁ ସମୀକ୍ଷକ ଓ ଦର୍ଶକ ପସନ୍ଦ କରିଥିଲେ ଏବଂ ଏହା ବ୍ୟବସାୟିକ ସଫଳ ମଧ୍ୟ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଦେବଦାସ ଚରିତ୍ରର ଏକ ଆଧୁନିକ ରୂପ ଥିଲା ।
ଏହାପରେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୨୦୦୯ର ରାଜନୈତିକ ନାଟକ ଗୁଲ୍ଲାଲ୍ ଏବଂ ୨୦୧୧ର ଦ୍ୟାଟ୍ ଗାର୍ଲ ଇନ୍ ୟେଲ୍ଲୋ ବୁଟ୍ସ୍ ସଫଳ ହୋଇଥିଲା । ୨୦୧୨ରେ ମୁକ୍ତିଲାଭ କରିଥିବା ଅପରାଧ ଭିତ୍ତିକ ନାଟକ ଗ୍ୟାଙ୍ଗ୍ସ୍ ଅଫ୍ ୱାସେପୁରର ଦୁଇଟି ଭାଗ ଅନୁରାଗଙ୍କର ସବୁଠାରୁ ବଡ଼ ସଫଳତା ଥିଲା । ଏହି ଚଳଚ୍ଚିତ୍ରଟି ଫିଲ୍ମଫେୟାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମନୋନୀତ ହୋଇଥିଲା ଏବଂ କିଛି ପୁରସ୍କାର ପାଇଥିଲା ।
ଏହାପରେ ୨୦୧୩ରେ ବମ୍ବେ ଟକିଜ୍, ୨୦୧୪ରେ ଅଗ୍ଲି ଏବଂ ୨୦୧୫ରେ ବମ୍ବେ ଭେଲବେଟ ନିର୍ମାଣ କରିଥିଲେ ଅନୁରାଗ । ମାତ୍ର ଏହି ଚଳଚ୍ଚିତ୍ରଗୁଡ଼ିକ ବିଫଳ ହୋଇଥିଲା । ୨୦୧୬ ମସିହାରେ ଅନୁରାଗ ରମଣ ରାଘବ ଚଳଚ୍ଚିତ୍ରର ୨ୟ ଭାଗ ରମଣ ରାଘବ ୨.୦ ଅଭିନେତା ନବାଜ ଉଦ୍ଦିନ ସିଦ୍ଦିକଙ୍କୁ ନେଇ ନିର୍ମାଣ କରିଥିଲେ । ଚଳଚ୍ଚିତ୍ର ଦୁନିଆରେ କାମ କରିବା ବ୍ୟତୀତ ଅନୁରାଗ ମୁମ୍ବାଇର ଏକ ବେସରକାରୀ ସଂସ୍ଥା ଆଙ୍ଗନ୍ର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସଂସ୍ଥା ଭାରତରେ ଥିବା ଦୁର୍ବଳତମ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଛି । ଅନୁରାଗ କଶ୍ୟପ ନାମକ ତାଙ୍କର ନିଜର ଏକ ଚଳଚ୍ଚିତ୍ର ନିର୍ମାଣ ସଂସ୍ଥା ରହିଥିଲେ ।