କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ମଙ୍ଗଳବାର ଏହି ସମ୍ମିଳନୀର ପଞ୍ଚମ ଅଧିବେଶନରେ ‘ଭବିଷ୍ୟତ ପ୍ରମାଣ ଉଦ୍ୟୋଗ-ଭବିଷ୍ୟତ ପାଇଁ ଷ୍ଟାର୍ଟଅପ୍‌ଗୁଡ଼ିକୁ ପୁନଃକଳ୍ପନା କରିବା’ଶୀର୍ଷକ ଆାଲୋଚନାରେ ଭାରତ କ୍ଲାଇମେଟ୍ ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ତଥା ସିଇଓ ଶ୍ୱେତା ଡାଲମିଆ କହିଲେ, ଷ୍ଟାର୍ଟଅପ୍‌ରେ କିଛି ଅଲଗା ହୋଇ ନଥାଏ । କିନ୍ତୁ ସେମାନଙ୍କ ମଧ୍ୟରେ କିଛି କରିବାର ଆଗ୍ରହ ରହିଥାଏ ।

Advertisment

ମୋ କ୍ଷେତ୍ରରେ ଜଳବାୟୁ ଏକ ସଫଳ ପଥ ସାଜିଥିଲା । ମୁଁ ଏ କ୍ଷେତ୍ରରେ ପ୍ରଥମେ ମୋର ଜ୍ଞାନର ପରିସୀମାକୁ ବୃଦ୍ଧି କରିଥିଲି । ତେଣୁ ଏକ୍ଷେତ୍ରରେ ଥିବା ଷ୍ଟାର୍ଟଅପ୍ ଗୁଡ଼ିକ ନିଜର ଜ୍ଞାନ ଶକ୍ତି ବଢ଼ାଇବା ଜରୁରୀ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁ ପ୍ରତିଭା ଅଛନ୍ତି । ସେମାନଙ୍କୁ ଗ୍ରୀନ୍ ଟେକ୍ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯାଇ ପାରିବ । ତେବେ କାର୍ବନ ଫୁଟ୍ ପ୍ରିଣ୍ଟ୍ ହ୍ରାସ କରିବା ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ଲୋକଙ୍କୁ ସହାୟତା କରିବା ପାଇଁ ମୁଁ ସବୁବେଳେ ପ୍ରସ୍ତୁତ ।