କନକ ବ୍ୟୁରୋ : ମାତ୍ର ୩୦ ମିନିଟ ପାଇଁ ପଦଯାତ୍ରାରେ ସାମିଲ ହୋଇ ବେଗୁରସରାଇରେ ରାହୁଲ ଗାନ୍ଧୀ ହଜାର ସଂଖ୍ୟକ କର୍ମୀଙ୍କ ମନରେ ଯୋଶ ଭରିବାରେ ସକ୍ଷମ ହୋଇଛନ୍ତି । ଗତ ୨୨ଦିନ ହେଲା କଂଗ୍ରେସ ନେତା କହ୍ନେୟା କୁମାରଙ୍କ ନେତୃତ୍ବରେ ରାହୁଲ ଓ ଯୁବ କଂଗ୍ରେସ କର୍ମୀମାନେ ବିହାରର ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କରୁଛନ୍ତି । ବିହାରରେ ଏବେ ବେରୋଜଗାରୀ ଓ ବହୁ ସଂଖ୍ୟାରେ ଦାଦନ ସମସ୍ୟାକୁ ଲୋକଲୋଚନକୁ ଆଣିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ
ଗତ କିଛି ଦଶନ୍ଧି ଧରି କଂଗ୍ରେସ, ଆରଜେଡି ସହ ମହାଗଠବନ୍ଧନରେ ସାମିଲ ଅଛି । ଆରଜେଡି ସହ ମିଶି କଂଗ୍ରେସ ମଧ୍ୟ କିଛି ବର୍ଷ ଶାସକ ଦଳରେ ଥିଲା । ମାତ୍ର ଗତ କିଛି ବର୍ଷ ଧରି ଏହା ବିରୋଧୀ ଶିବିରରେ ରହିଆସିଛି । ୨୦୨୦ ନିର୍ବାଚନରେ ଶାସନ କ୍ଷମତାକୁ ଆସୁ ଆସୁ ମହାଗଠନବନ୍ଧନ ଅଳ୍ପକେ ରହିଯାଇଥିଲା । ଏଥିପାଇଁ ଆରଜେଡି ନେତୃବୃନ୍ଦ କଂଗ୍ରେସକୁ ଦାୟୀ କରିଥିଲେ । ଏବେ ବିଧାନସଭା ପାଖେଇ ଆସୁଥିବାରୁ ଆରଜେଡିଠାରୁ ଭଲ ଆସନ ପାଇବାକୁ ଆଶା କରୁଛି । ମାତ୍ର ଅଧିକ ଆସନ ସହିତ ଜିତିବାର ସମ୍ଭାବନା ଥିବା ଆସନ ପାଇବାକୁ କଂଗ୍ରେସ ଏବେଠାରୁ ବଳ କଷୁଛି । ସେଥପାଇଁ ଏହି ପଦଯାତ୍ରା...
ବିହାରରେ ଅତି ପଛୁଆବର୍ଗ ସମୁଦାୟ ଭୋଟର ସଂଖ୍ୟା ୩୦ ଭାଗ । ଏହାକୁ ଟାର୍ଗେଟ୍ କରିଛି କଂଗ୍ରେସ । ସେଥିପାଇଁ ଉଚ୍ଚବର୍ଗର ଅଖିଳେଶ ସିଂଙ୍କ ବଦଳରେ ପଛୁଆବର୍ଗର ରାଜେଶ କୁମାରଙ୍କୁ ବିହାର କଂଗ୍ରେସ ସଭାପତି ପଦରେ ନିଯୁକ୍ତି ଦିଆଯାଇଛି । ସେହିଭଳି ଆରଜେଡିର ଛାୟାରୁ ବାହାରି କହ୍ନେୟା କୁମାରଙ୍କ ନେତୃତ୍ବରେ ପଦଯାତ୍ରା ମାଧ୍ୟମରେ ରାହୁଲ କଂଗ୍ରେସ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଚାହୁଁଛି । ଏହା ସହିତ ରାହୁଲ ମଧ୍ୟ ମଝି ମଝିରେ ଆରଜେଡି ଲାଲୁ ପ୍ରସାଦ ଯାବ ଓ ତେଜସ୍ବୀ ଯାଦବଙ୍କସହ ଭଲ ସମ୍ପର୍କ ରଖୁଛନ୍ତି । ଗତ ୩ମାସ ମଧ୍ୟରେ ରାହଚଲଙ୍କ ବାରମ୍ବାର ବିହାରଗସ୍ତ ଏହାର ଏକ ପ୍ରତିଫଳନ ମାତ୍ର ।