କନକ ବ୍ୟୁରୋ: ଇସ୍କନ ନେତା ତଥା ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶରେ ଗିରଫ କରିବା ଘଟଣା ଜୋର ଧରିଛି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବାଂଲାଦେଶର ଓକିଲ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ମଙ୍ଗଳବାର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ପବ୍ଲିକ୍ ପ୍ରସିକ୍ୟୁଟର ସୈଫୁଲ ଇସଲାମଙ୍କ ମୃତ୍ୟୁ ଏବଂ ଚିନ୍ମୟ ଦାସଙ୍କ ସମର୍ଥକ ଓ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ମଧ୍ୟ ଆଇନଜୀବୀ କୋର୍ଟରେ ଉଲ୍ଲେଖ କରିଥିଲେ। ଇସ୍କନ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି । ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜଷ୍ଟିସ ଫରାହ ମେହବୁବଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।
ଇସ୍କନ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ନିଷ୍ପତ୍ତି ପୂର୍ବରୁ ଏହି ମାମଲାରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ ସମ୍ପର୍କରେ ଗୁରୁବାର ସୁଦ୍ଧା ବାଂଲାଦେଶର ଅନ୍ତରୀଣ ସରକାରଙ୍କଠାରୁ କୋର୍ଟ ସୂଚନା ମାଗିଛନ୍ତି। ଆଟର୍ଣ୍ଣି ଜେନେରାଲଙ୍କୁ ସମନ କଲେ ବାଂଲାଦେଶ ହାଇକୋର୍ଟ। ଏହି ଆବେଦନ ଉପରେ ସରକାରଙ୍କ ପକ୍ଷ ରଖିବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ସମନ ମଧ୍ୟ କରିଛନ୍ତି। ଇସ୍କନ୍ ଏବଂ ବାଂଲାଦେଶରେ ଏହା କିପରି ପ୍ରତିଷ୍ଠା ହେଲା ସେ ବିଷୟରେ ଜାଣିବାକୁ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ କହିଛନ୍ତି।
ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ମହମ୍ମଦ ଅସଦୁଜମାନ କହିଛନ୍ତି, ସାଧାରଣ ଲୋକଙ୍କ ଭଳି ମୋ ହୃଦୟ ମଧ୍ୟ କାନ୍ଦୁଛି।ଇସ୍କନ୍ ହେଉଛି ଏକ ଉଗ୍ରବାଦୀ ସଂଗଠନ ବୋଲି ଅଟର୍ଣି ଜେନେରାଲ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସରକାର ପଦକ୍ଷେପ ନେବା ଆରମ୍ଭ କରିସାରିଥିବାରୁ ଏହି ସମୟରେ ଇସ୍କନ ପ୍ରସଙ୍ଗରେ ନ୍ୟାୟାଳୟ ନିଷ୍ପତ୍ତି ନେବା ଉଚିତ ନୁହେଁ ବୋଲି ଆଟର୍ଣ୍ଣି ଜେନେରାଲ କହିଛନ୍ତି। ଇସ୍କନ୍ କୌଣସି ରାଜନୈତିକ ଦଳ ନୁହେଁ, ଏହା ଏକ ଧାର୍ମିକ ମୌଳବାଦୀ ସଂଗଠନ ଏବଂ ଅନ୍ତରୀଣ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଏଜି ଅସଦୁଜ୍ଜାମାନ କହିଛନ୍ତି। ଇସ୍କନ ମାମଲାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଜି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/28/9QhOL4hr2GvAYegpLFPZ.jpg)