କନକ ବ୍ୟୁରୋ : ସରସ୍ବତୀ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବ। ୨ ନା ୩ ତାରିଖ କେଉଁ ଦିନ ପାଳିବେ ସରସ୍ବତୀ ପୂଜା ଉଠିଲାଣି ପ୍ରଶ୍ନ। ଭିନ୍ନ ଭିନ୍ନ ପାଞ୍ଜିରେ ରହିଛି ଭିନ୍ନ ଭିନ୍ନ ଆକଳନ। କେଉଁଥିରେ ୨ ତାରିଖରେ ଶ୍ରୀପଞ୍ଚମି ଉଲ୍ଲେଖ ତ କେଉଁଥିରେ ୩ ତାରିଖ ସକାଳ ୯ଟା ୨୪ ପର୍ଯ୍ୟନ୍ତ ରହିଛି ଶ୍ରୀପଞ୍ଚମି। ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ଫେବ୍ରୁଆରି ୨ ତାରିଖ ଚତୁର୍ଥୀରେ ହେବ ନା ୩ ତାରିଖ ପଞ୍ଚମୀରେ ହେବ ଏହାକୁ ନେଇ ଦ୍ବନ୍ଦ୍ବ ଚାଲିଛି। କେତେକ ପାଞ୍ଜି ୨ ତାରିଖ ରବିବାର ହେବ ବୋଲି ଲେଖିଥିବା ବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ହେବ ବୋଲି ଲେଖିଛନ୍ତି। ପୂର୍ବରୁ ମଧ୍ୟ ପର୍ବ ପାଳନକୁ ନେଇ ଏଭଳି ଦ୍ବନ୍ଦ୍ବ ଦେଖିବାକୁ ମିଳିଛି। 

Advertisment