କନକ ବ୍ୟୁରୋ: ଚାଷୀଙ୍କ କଷ୍ଟ ଉପାର୍ଜିତ ଶସ୍ୟକୁ ସରକାରୀ ଦରରେ କିଣିବାକୁ ଅନେକ ଯୋଜନା। ଧାନ କିଣାବିକା ନେଇ ବିଭିନ୍ନ ସ୍ଥାନରେ ମଣ୍ଡି ବ୍ୟବସ୍ଥା କରାଯାଇଛି। ମଣ୍ଡି ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଚାଷୀ ଯେପରି ଠକାମୀର ଶିକାର ନହେବ ସେଥିପାଇଁ ନୀତିନୀୟମ କରିବା ସହ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେଥିରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି। ହେଲେ ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ଧାନମଣ୍ଡିରେ ଏଫଏକ୍ୟୁ ଆଳରେ ଧାନ କଟନୀ ଛଟନୀକୁ ପ୍ରୋତ୍ସାହନ ଦିଆଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି।
କୁଚିଣ୍ଡା ଉପଖଣ୍ଡ କୁଟୁରାଚୂଆଁ ମଣ୍ଡିରୁ ଆସିଥିବା ଅଭିଯୋଗ ସତ ହୋଇଥିଲେ ସାଙ୍ଘାତିକ। ଆରମ୍ଭରୁ ଅଚଳାବସ୍ଥା। ଏଫଏକ୍ୟୁ ଯାଂଚ ଆଳରେ କଟନୀଛଟନୀ ପାଇଁ ବାଧ୍ୟ କରାଯାଉଛି। ଏଥିରେ ରାଜି ନହେବାରୁ ୬ ଜଣ ଚାଷୀଙ୍କ ୮୩୧ ବସ୍ତା ଧାନ ବିକ୍ରି ହୋଇପାରିନଥିବା ଅଭିଯୋଗ ହୋଇଛି। ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଯାଞ୍ଚ ପରେ ଧାନ ଏଫଏକ୍ୟୁ ମାନର ନୁହେଁ ବୋଲି କହି କଟନୀଛଟନୀ ପାଇଁ କୁହାଯାଉଛି। କଟନୀ ନକଲେ ମିଲର୍ସ ନେବେ ନାହିଁ ବୋଲି ମଣ୍ଡି କର୍ତ୍ତୃପକ୍ଷ କୁହାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ମଣ୍ଡି କର୍ତ୍ତୃପକ୍ଷ ଓ ମିଲର୍ସ ଚାଷୀଙ୍କୁ ବୁଝାସୁଝା କରି ଧାନ କିଣିବାକୁ ଉଦ୍ୟମ କରିଛନ୍ତି। ଚାଷୀ ସେଥିରେ ରାଜି ନହେବାରୁ ଧାନ ବିକ୍ରି ହୋଇପାରିନାହିଁ ।
ଆଉ କିଛି ଚାଷୀ ନିୟନ୍ତ୍ରୀତ ବଜାର କମିଟିର ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି। ଧାନ ବସ୍ତା ରଖିବା ନେଇ ବ୍ୟବସ୍ଥା ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ସେପଟେ ଅଧିକ ଧାନ ଅମଳ ହୋଇଥିବା ବେଳେ ଚାଷୀଙ୍କୁ ଟେନସନ୍ ଦେଉଛି ଟୋକନ। ଚାଷୀ ଅଧିକ ଅମଳ କରିଥିବା ବେଳେ ଟୋକନ କମ ଆସିଛି। ବଳକା ଧାନକୁ କେଉଁଠି ବିକି କରିବେ ବୋଲି ପ୍ରଶ୍ନ କରୁଛନ୍ତି ଚାଷୀ। ଏଇତ ଆରମ୍ଭ, ବହୁତ ଦିନ ଧରି ମଣ୍ଡି ଚାଲିବ। ପୂର୍ବ ସରକାରଙ୍କ ଭଳି ଚାଳିବ ନା ବିନା କଟନୀଛଟନୀରେ ଧାନ ବିକ୍ରି ହେବ ତାକୁ ନେଇ ଦ୍ୱନ୍ଦରେ ଚାଷୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/30/gGREKSFYurdpx17pJyf0.jpg)