କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଝାରସୁଗୁଡ଼ାରେ ପୁଣି କ୍ରାଇମବ୍ରାଞ୍ଚର ତନାଘନା ।  ପୂର୍ବତନ ମନ୍ତ୍ରୀଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ପୁଣି ତଦନ୍ତ ଆରମ୍ଭ ହୋଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପଚରା ଉଚରା ଆରମ୍ଭ କରିଛି । ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ ନାୟକଙ୍କ ସ୍ବାମୀ ଗଣେଶ ବାଗ ଓ ଗୋପାଳଙ୍କ ମୋବାଇଲରୁ ଶେଷ କଲ ଯାଇଥିବା ରାଜପୁରର ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । କାହିଁକି ଓ କେଉଁ ପରିସ୍ଥିତିରେ ନବ ଦାସ ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ପ୍ରବୀଣ ଦେଓଙ୍କୁ ଫୋନ୍ କରିଥିଲା ସେନେଇ ଜାଣିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ମନୋଜ ବରିହାକୁ ଡାକି ପଚରାଉଚରା କରିବା ଆରମ୍ଭ କରିଛି ତଦନ୍ତକାରୀ ଟିମ୍ । ଏହି ତଦନ୍ତ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଆଉ କାହାକୁ ଜେରା କରିବ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

Advertisment

ଗୋପାଳର କଲ୍, କ୍ରାଇମବାଞ୍ଚ ଜେରା 
ଭଭୟ ଝାରସୁଗୁଡ଼ା ଗାନ୍ଧୀ ଛକ ନିକଟ ରାଜପୁର ଗାଁର ବାସିନ୍ଦା
ଗଣେଶ ରାମ ବାଗଙ୍କ ସ୍ତ୍ରୀ ସେହି ଗାଁର ସରପଞ୍ଚଙ୍କ ସ୍ବାମୀ
ପ୍ରବୀଣ ଦେଓ ସେହି ଗାଁର ସମିତିସଭ୍ୟଙ୍କ ନିଜ ଭାଇ
ଉଭୟ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଥିଲେ
କିନ୍ତୁ ଉଭୟଙ୍କ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ରାଜନୈତିକ ତିକ୍ତତା ଥିଲା
ନବ ଦାସ ହତ୍ୟାକାଣ୍ଡ ପୂର୍ବଦିନ ଉଭୟ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା
ଉଭୟ ପକ୍ଷରୁ ଗାନ୍ଧିଛକ ଫାଣ୍ଡିରେ ମାମଲା ଦାଏର ହୋଇଥିଲା
ଝଗଡ଼ାର ସମାଧାନ ପାଇଁ ନବଦାସ ହତ୍ୟାକାଣ୍ଡ ଦିନ ଫାଣ୍ଡିକୁ ଡକାଇଥିଲେ ଗୋପାଳ ଦାସ
ଉଭୟଙ୍କୁ ସକାଳ ୯ଟାରେ ଥାନାକୁ ଫୋନ କରି ଡାକିଥିଲେ ନିଜେ ଗୋପାଳ ଦାସ
କିନ୍ତୁ ଏମାନେ ସେଦିନ ଥାନାକୁ ଯିବାପୂର୍ବରୁ ନବଦାସଙ୍କୁ ହତ୍ୟା କରାଯାଇଥିଲା
କ୍ରାଇମବ୍ରାଞ୍ଚ ପୁଣି ତଦନ୍ତ ଆରମ୍ଭ କରିବା ପରେ ଗୋପାଳ ଦାସଙ୍କ କଲ ଡିଟେଲ ଯାଞ୍ଚ କରିଥିଲା
କଲ ରେକର୍ଡ ଯାଞ୍ଚ ପରେ ଶେଷକଲ ପ୍ରବୀଣ ଦେଓଙ୍କୁ ଆସିଥିବା ଜଣାପଡ଼ିଥିଲା
ତେଣୁ ଉଭୟଙ୍କୁ ଆଜି ଡାକି ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍