କନକ ବ୍ୟୁରୋ : ପାକିସ୍ତାନ ରାସ୍ତାରେ ବାଂଲାଦେଶ । ପାକିସ୍ତାନରେ ଯେପରି ସେନା ଓ ସରକାରଙ୍କ ମଧ୍ୟରେ ତିକ୍ତତା ଚାଲିଛି ଏବେ ସେଭଳି କିଛି ବାଂଲାଦେଶରେ ଦେଖିବାକୁ ମିଳିଲାଣି । ବାଂଲାଦେଶ ସେନା ଚାହୁଁଛି ସରକାରଙ୍କୁ ହଟାଇ ଶାସନ ଗାଦିରେ ସେନା ମୁଖ୍ୟଙ୍କୁ ବସାଇବାକୁ । ରାଜଧାନୀ ଢାକା ସମେତ ବଡ଼ ସହର ମାନଙ୍କରେ ସେନା ପଇଁତରା ମାରୁଛି,ଏପରିକି ଆର୍ମିର ବରିଷ୍ଠ ଅଧିକାରୀଙ୍କ ସହ ସେନା ମୁଖ୍ୟ ବୈଠକ ମଧ୍ୟ କରିଛନ୍ତି । ଏହି ସମୟରେ ଚର୍ଚ୍ଚା ଜୋର ଧରିଛି ଯେ, ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଗାଦି ଆଉ ବେଶୀ ସମୟ ରହିବିନି । କିଛିଦିନ ତଳେ ଆର୍ମି ଚିଫ୍ ସେନାର ଏକ ଜରୁରୀ କାଳୀନ ବୈଠକ ଡାକିଥିଲେ, ଉକ୍ତ ବୈଠକରେ ୫ ଜଣ ଲେଫ୍ଟ୍‌ନାଣ୍ଟ୍‌ କର୍ଣ୍ଣେଲ, ୮ ଜଣ ମେଜର ଜେନେରାଲଙ୍କ ସହ ସ୍ୱତନ୍ତ୍ର ବ୍ରିଗେଡ୍‌ କମାଣ୍ଡର ଅଂଶ ଗ୍ରହଣ କରିଥିଲେ  ।