କନକ ବ୍ୟୁରୋ: ଓଡିଶାରେ ଅଛନ୍ତି ୬୦ ରୁ ୭୦ ନକ୍ସଲ। ସେଥିରୁ ଓଡିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର ୬ କିମ୍ବା ୭ । ଓଡିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର । ଓଡ଼ିଶାରେ ନକ୍ସଲ ମୁଭମେଣ୍ଟର ନେତୃତ୍ୱ ନେଉଛନ୍ତି ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡର। ଦେଶର ୩୮ ନକ୍ସଲ ପ୍ରଭାବିତ ଜିଲ୍ଲା ରହିଛି । ଓଡିଶାର ରହିଛି ୭ ନକ୍ସଲ ପ୍ରଭାବିତ ଜିଲ୍ଲା । ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡିଶାକୁ ନକ୍ସଲ ମୁକ୍ତ ରାଜ୍ୟ କରିବାକୁ ଚାଲିଛି ପ୍ରୟାସ। ସୂଚନା ଦେଇଛନ୍ତି ବିଏସଏଫ ଆଇଜି ଚାରୁ ଧ୍ଵଜ ଅଗ୍ରୱାଲ । ବିଏସଏଫ୍ ରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଓଡ଼ିଶା ବିଏସଏଫ୍ ଆଇଜି ।

Advertisment

ସେହିପରି ବାଂଲାଦେଶ ଅନୁପ୍ରବେଶ କାରୀ ଙ୍କ ଉପରେ ସିମାବର୍ତ୍ତି ଅଞ୍ଚଳରେ କଡ଼ା ନଜର ରଖାଯାଇଛି । ଚଳିତ ବର୍ଷ ଓଡ଼ିଶାରେ ୩ ଦୁର୍ଦ୍ଦାନ୍ତ ନକ୍ସଲ ଙ୍କୁ ନ୍ୟୁଟ୍ରାଲାଇଜ କରାଯିବା ସହ ୨୪ ରୁ ଅଧିକ କୁଖ୍ୟାତ କ୍ୟାଡ଼ରଙ୍କୁ ଆତ୍ମସମର୍ପଣ କରିବାରେ ସଫଳ ହୋଇଛି ବିଏସଏଫ । ସେହିପରି ୩୪ ଟି ଆଇଇଡି, ୧୧୭ ଟି ଗ୍ରେନେଡ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବାରେ ସଫଳ ହୋଇଛି । ଆଗକୁ ମଧ୍ୟ ନକ୍ସଲ ବିରୋଧୀ ଅପରେସନ ଜାରି ରହିବ । ଓଡ଼ିଶା ପୋଲିସ ଏବଂ ଗୁଇନ୍ଦା ସହ ସମନ୍ଵୟ ରଖି କାର୍ୟ୍ୟ କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଡ୍ରୋନ ଏବଂ ସଟେଲାଇଟ ସର୍ଭେଲାନ୍ସ ସହ ମାଓ ଗତିବିଧି ଉପରେ ନଜର ରଖାଯିବା ନେଇ କହିଛି ବିଏସଏଫ । ଡିସେମ୍ବର ୧ ରାଇଜିଂ ଡେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦିଆଯାଇଛି ।