ସରକାରୀ ବାବୁଙ୍କ କୋଠା ସଉକ: ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ରହିଛି ୫ଟି ବଡ଼ ବଡ଼ କୋଠା

Advertisment

ସହକାରୀ ଯନ୍ତ୍ରୀଙ୍କ କୋଠା ସଉକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ କୋଠା ଦେଖି ତାଜୁବ ଭିଜିଲାନ୍ସ। ତାଙ୍କର ୫ ଟି ବଡ଼ ବଡ଼ କୋଠା ରହିଛି।

ସହକାରୀ ଯନ୍ତ୍ରୀଙ୍କ କୋଠା ସଉକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ କୋଠା ଦେଖି ତାଜୁବ ଭିଜିଲାନ୍ସ। ତାଙ୍କର ୫ ଟି ବଡ଼ ବଡ଼ କୋଠା ରହିଛି।

FEF

କନକ ବ୍ୟୁରୋ: ସହକାରୀ ଯନ୍ତ୍ରୀଙ୍କ କୋଠା ସଉକ। ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ କୋଠା ଦେଖି ତାଜୁବ ଭିଜିଲାନ୍ସ। ତାଙ୍କର ୫ ଟି ବଡ଼ ବଡ଼ କୋଠା ରହିଛି। ବ୍ରହ୍ମପୁର ତୁଳସୀ ନଗରରେ ଥିବା ୯ହଜାର ସ୍କୋୟାର ଫୁଟର ୪ମହଲା କୋଠାର ଅନୁମାନିକ ମୂଲ୍ୟ ପ୍ରାୟ ୨କୋଟି ୪୦ଲକ୍ଷ ଟଙ୍କା ହେବ। ସେହିପରି ଭଞ୍ଜନଗର ଭେଜିପୁଟ ଅଞ୍ଚଳରେ ଏକ ଚାରି ମହଲା କୋଠା, ଏକ ତିନି ମହଲା କୋଠା, ଭଞ୍ଜନଗରରେ ଆଉ ଏକ ତିନି ମହଲା କୋଠା ରହିଛି। କେବଳ ଏତିକି ନୁହେଁ ଭଞ୍ଜନଗର ୬ନମ୍ବର ୱାର୍ଡରେ ନିର୍ମାଣଧୀନ ଦୁଇ ମହଲା କୋଠା ବି ରହିଛି। ଭଞ୍ଜନଗର ଲୁଡୁଲୁଡ଼ି ଅଞ୍ଚଳରେ ଦୁଇ ମହଲରା ପୈତୃକ ବିଲଣ୍ଡିଂ। ବ୍ରହ୍ମପୁରରେ ଗୋଟିଏ ଦାମୀ ପ୍ଲଟ ଓ ଭଞ୍ଜନଗରରେ ୪ଟି ଦାମୀ ପ୍ଲଟ ବି ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ୧୧ଲକ୍ଷ ୫୦ହଜାର ଟଙ୍କା ଡିପୋଜିଟ ଓ ଅନ୍ୟାନ୍ୟ ନିବେଶ ରହିଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି। ସେହିପରି ତାଙ୍କର ଦୁଇଟି ଦୁଇ ଚକିଆ ଥିବା ବି ଚଢ଼ାଉ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ। ଭଞ୍ଜନଗର ଜଳସମ୍ପଦ ବିଭାଗର ଇଞ୍ଜିନିୟର ପ୍ରସନ ସ୍ୱାଇଁଙ୍କ ଘର ସମେତ ୯ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରୁଛି ବ୍ରହ୍ମପୁର ଓ ଫୁଲବାଣୀ ଭିଜିଲାନ୍ସ ଟିମ। ଯାଞ୍ଚ ବେଳେ ବାବୁଙ୍କ ଅମାପ ସମ୍ପତ୍ତିର ଆଭାସ ମିଳିଛି। ପ୍ରସନ୍ନଙ୍କ ଘର, ସରକାରୀ କାର୍ୟ୍ୟାଳୟ, ସଂପର୍କୀୟଙ୍କ ଘରେ ମଧ୍ୟ ଛାପା ମାରିଛନ୍ତି ଭିଜିଲାନ୍ସ ଅଧିକାରୀ। ପୈତୃକ ଗାଁ ଲୁଡୁଲୁଡି ଓ ସଂପର୍କୀୟଙ୍କ ଘରେ ମଧ୍ୟ ରେଡ କରାଯାଉଛି। ୨୪ ବର୍ଷ ଧରି ସେ ଗୋଟିଏ ସ୍ଥାନରେ ଚାକିରି କରୁଥିଲେ। ଭଞ୍ଜନଗର କୁଲାଡ଼ ରୋଡ ଘରେ ରେଡ କରାଯାଉଛି। ଆୟଠାରୁ ଅଧିକ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe