ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ । କିନ୍ତୁ ଓଡ଼ିଶାରେ ଏହି ଅନୁପାତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ । କିନ୍ତୁ ଓଡ଼ିଶାରେ ଏହି ଅନୁପାତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି ।

Assembly

Assembly Photograph: (Kanak news)

କନକ ବ୍ୟୁରୋ: ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ଏବେ ଏକ ଗୁରୁତର ଚିନ୍ତାର ବିଷୟ ପାଲଟିଛି । ନିକଟରେ ବିଧାନସଭାରେ ବିଧାୟକ ପବିତ୍ର ସାଉଁତାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଉଦବେଗଜନକ ତଥ୍ୟ ଉପସ୍ଥାପନ କରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମ ଅନୁଯାୟୀ, ପ୍ରତି ୧୦୦୦ ଜଣ ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଜରୁରୀ । କିନ୍ତୁ ଓଡ଼ିଶାରେ ଏହି ଅନୁପାତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବର୍ତ୍ତମାନ ରାଜ୍ୟରେ ପ୍ରତି ୧୨୬୫ ଜଣ ଲୋକଙ୍କ ପାଇଁ ମାତ୍ର ଜଣେ ଡାକ୍ତର ଅଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୫,୭୯୩ଟି ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ସେଥିରୁ ୪,୬୦୭ଟି ପଦବୀ ଖାଲି ପଡ଼ିଛି। ଏହା ବ୍ୟତୀତ ପ୍ରାୟ ୧,୪୫୯ ଜଣ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାରୁ ଚିକିତ୍ସାଳୟଗୁଡ଼ିକରେ କାର୍ଯ୍ୟଭାର ବଢୁଛି।

ଆହୁରି ପଢ଼ନ୍ତୁ... ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ୧.୨୫ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ, ବିଧାନସଭାରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

ଡାକ୍ତରଙ୍କ ଏହି ବଡ଼ ଧରଣର ଅଭାବ ବିଶେଷ କରି ଗ୍ରାମାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଛି। ସାଧାରଣ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଏହି ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ଏବେ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସହ ପର୍ଯ୍ୟାପ୍ତ ମାନବ ସମ୍ବଳ ନିଯୁକ୍ତି ହିଁ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe