କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜରାଶ୍ରମରେ ରହୁଛନ୍ତି ୨୪୭୫ ଜଣ ଅସହାୟ ଲୋକ । କେନ୍ଦ୍ର ସରକାରଙ୍କ ଅନୁଦାନରେ ୮୭ ଟି ଜରାଶ୍ରମ ଚାଲୁଥିବାବେଳେ ସେଥିରେ ରହୁଛନ୍ତି ୨୩୩୫ ଜଣ ଅସହାୟ ଲୋକ। ରାଜ୍ୟ ସରକାରଙ୍କ ଅନୁଦାନରେ ମଧ୍ୟ ୫ ଟି ଜରାଶ୍ରମ ଚାଲୁଛି, ଯେଉଁଥିରେ ୧୫୦ ଜଣ ଅସହାୟ ଲୋକ ରହୁଛନ୍ତି। ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ ଵୃଦ୍ଧାଶ୍ରମ ପରିଚାଳନା ପାଇଁ ବର୍ଷକୁ ୧୫ ଲକ୍ଷ ୩୧ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏଥିପାଇଁ ବର୍ଷକୁ ୭୬ ଲକ୍ଷ ୫୬ ହଜାର ୭ଶହ ଟଙ୍କା ଖର୍ଚ୍ଚ କରାଯାଉଛି। ବିଧାନସଭାରେ ମନୋହର ରନ୍ଧାରୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ।
ଜରାଶ୍ରମରେ ୨ ହଜାରରୁ ଅଧିକ ଜୀବନ ; ମନ୍ତ୍ରୀ ଦେଲେ ତଥ୍ୟ
ରାଜ୍ୟର ବିଭିନ୍ନ ଜରାଶ୍ରମରେ ରହୁଛନ୍ତି ୨୪୭୫ ଜଣ ଅସହାୟ ଲୋକ । କେନ୍ଦ୍ର ସରକାରଙ୍କ ଅନୁଦାନରେ ୮୭ ଟି ଜରାଶ୍ରମ ଚାଲୁଥିବାବେଳେ ରାଜ୍ୟ ସରକାରଙ୍କ ଅନୁଦାନରେ ମଧ୍ୟ ୫ ଟି ଜରାଶ୍ରମ ଚାଲୁଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)