କନକ ବ୍ୟୁରୋ : ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଭଗବାନଙ୍କୁ ବି ଛାଡୁନାହାନ୍ତି ଅପରାଧୀ । କେଉଁ ମନ୍ଦିରରୁ ମୂର୍ତ୍ତୀ ଚୋରୀ ତ ଆଉ କେଉଁଠି ଭଗବାନଙ୍କ ପାଖରେ ଦାନ କରାଯାଇଥିବା ସୁନା ମୁକୁଟ, ଟଙ୍କା ଚୋରି ଖବର ସାମ୍ନାକୁ ଆସୁଛି । ଠିକ୍ ଏହିଭଳି ଏକ ଘଟଣା ବାରେଶ୍ୱରରୁ ଆସିଛି...
ବାଲେଶ୍ବର ସୋର ବ୍ଳକ କୁପାରୀ ରାସ୍ତାକଡ଼ରେ ଥିବା ମା’ ତାରିଣୀ ମଙ୍ଗଳା ପୀଠରୁ କଳାକନା ବୁଲାଇଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିରେ ମାଆଙ୍କ ବିଗ୍ରହ, ସର୍ଵମଙ୍ଗଳାଙ୍କ ପିତ୍ତଳ ମୂର୍ତ୍ତି, ରାଧାକୃଷ୍ଣ ମୂର୍ତ୍ତି, ରଘୁନାଥ ଠାକୁର, ଶାଳଗ୍ରାମ ଠାକୁର, ଘଣ୍ଟା, ରୂପା ମୁକୁଟ, ଆଖି, ପାଟି, ମାଆଙ୍କ ମୁଖା ସହ ଦାନ ଅର୍ଥ ଲୁଟିନେଇଛନ୍ତି ଲୁଟେରା ।