ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରୁ ଲୁଟ୍ । ସାଧାରଣ ଲୋକେ କେତେ ସୁରକ୍ଷିତ ?

Advertisment

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଘଟଣା । ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ କରୁଛି ପୋଲିସ ଓ ଡଗ୍ ସ୍କ୍ବାଡ୍ । ପ୍ରେସମିଟ୍ କରି ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା କହି ବର୍ଷିଲା ବିଜେଡି ।

Updated On

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଘଟଣା । ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ କରୁଛି ପୋଲିସ ଓ ଡଗ୍ ସ୍କ୍ବାଡ୍ । ପ୍ରେସମିଟ୍ କରି ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା କହି ବର୍ଷିଲା ବିଜେଡି ।

ଅଦ୍ୟତନ ହୋଇଛି
03- Niranjan

କନକ ବ୍ୟୁରୋ: ରାଜଧାନୀରେ ଲୁଟେରାଙ୍କ ରାଜ୍‌ । ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ବଡ଼ ଧରଣର ଡକାୟତି । ରାତିରେ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ନୂଆପଲ୍ଲୀ ବାସଭବନରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍‌ କରିଛନ୍ତି। ଯାହାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭୁବନେଶ୍ବରର ଭିଭିଆଇପି ଅଞ୍ଚଳ ନୂଆପଲ୍ଲୀରେ ଏଭଳି ଲୁଟ୍‌ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସାଧାରଣତନ୍ତ୍ର ଦିବସ ଥିବା ବେଳେ ସାରା ରାତି ପୋଲିସ ପାଟ୍ରୋଲିଂ କରୁଛି। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ ମଧ୍ୟ କରାଯାଉଛି । କିନ୍ତୁ ପୋଲିସକୁ ଚାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି ଦୁର୍ବୃତ୍ତ । ଯାହା ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି । ଦୁର୍ବୃତ୍ତ ଜଣକ ମାଷ୍ଟର ବେଡ୍‌ ରୁମ୍‌ରେ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲା । ଶବ୍ଦ ଶୁଣି ଘର ଲୋକେ ଉଠିବା ପରେ ସୁରକ୍ଷାକର୍ମୀଙ୍କୁ ଡାକିଥିଲେ । ତେବେ ସମସ୍ତଙ୍କୁ ମାତ୍‌ ଦେଇ ଦ୍ବିତୀୟ ମହଲାର ଝରକା ଡେଇଁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଏନେଇ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଲୁଟ୍‌ ପରେ ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି ଭଗବାନଙ୍କ କୃପାରୁ ପରିବାର ଲୋକ ସୁରକ୍ଷିତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe