ଘର ଲୋକଙ୍କ କଥାରେ ରାଗିଯାଇ ଦେହରେ ଲଗାଇଦେଲେ ନିଆଁ ; ଗୁରୁତର ଅବସ୍ଥାରେ ଏମ୍ସକୁ ସ୍ଥାନାନ୍ତର  ଯୁବକ

ବ୍ରହ୍ମପୁର ମେଣ୍ଟୁ ଛକରେ ଅଭାବନୀୟ ଘଟଣା । ଦେହରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଜଳିଯାଇଛି ଶରୀରର ୭୦ ପ୍ରତିଶତ ।  ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର

2

କନକ ବ୍ୟୁରୋ: ଦେହରେ ନିଆଁ ଲଗେଇ ଆତ୍ମାହୁତି ଉଦ୍ୟମ। ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଅଭାବନୀୟ ଘଟଣା। ଯୁବକ ଜଣକ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗେଇ ଦେଇଛନ୍ତି । ବୁଧବାର ରାତିରେ ବ୍ରହ୍ମପୁର ମେଣ୍ଡୁ ଛକରେ ଯୁବକ ହୁତୁ ହୁତୁ ହୋଇ ଜଳୁଥିବା ଘଟଣା ସମସ୍ତଙ୍କୁ ଚକିତ। ଯୁବକ ଜଣକ ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣାବ୍ରହ୍ମପୁର ରାଧାକୃଷ୍ଣ ସାହିର ସୂରଜ ସାହୁ ବୋଲି ଜଣାପଡ଼ିଛି। ଆତ୍ମହତ୍ୟା ଉଦ୍ୟମର ପଛର କାରଣ ଜଣାପଡିନି। ତେବେ ପରିବାର ଲୋକଙ୍କ କୌଣସି କଥାରେ ଉତକ୍ଷିପ୍ତ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। 

ସୂରଜଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।  ଗତକାଲି ସୂରଜ ସୋସିଆଲ ମିଡିଆରେ ଏକ ଦୁଃଖଭରା ପୋଷ୍ଟ କରିଥିଲେ । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe