ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ ; ରକ୍ତାକ୍ତ ଅବସ୍ଥାରେ ଫାଣ୍ଡିରେ ପହଞ୍ଚି କଲେ ଅଭିଯୋଗ

ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫାଣ୍ଡିରେ ପହଞ୍ଚି କେହି ଦୁର୍ବୃତ୍ତ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ନିଶା କରବାରକୁ ନେଇ ମାରପିଟ ହୋଇଥିବା ପୁଲିସ ସନ୍ଦେହ କରୁଛି ।

02

କନକ ବ୍ୟୁରୋ : ରାଜଧାନୀରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଭିଏସ୍ଏସ୍ ନଗରରେ ତ୍ରିନାଥ ବସ୍ତିର ଆଜାଦ ଶବରଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫାଣ୍ଡିରେ ପହଞ୍ଚି କହିଛନ୍ତି, ତାଙ୍କୁ କେହି ଦୁର୍ବୁତ୍ତ ମାଡ଼ ମାରିଛି । 

ତେବେ ନିଶା କରବାରକୁ ନେଇ ମାରପିଟ ହୋଇଥିବା ପୁଲିସ ସନ୍ଦେହ କରୁଛି । ଆଜାଦ ଶବର ନାମକ ବ୍ୟକ୍ତି ଜଣକ ତ୍ରିନାଥ ବସ୍ତିରେ ରହି ଆସୁଥିଲେ । ତେବେ ୧୧୦୦ ଟଙ୍କା ନ ଦେବାରୁ ଦୁର୍ବୁତ୍ତ ମାନେ ଗୋଡ଼େଇ ଗୋଡ଼େଇ ହାଣିଥିବା ସେ ଅଭିଯୋଗ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe