କନକ ବ୍ୟୁରୋ : ରାଜଧାନୀରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଭିଏସ୍ଏସ୍ ନଗରରେ ତ୍ରିନାଥ ବସ୍ତିର ଆଜାଦ ଶବରଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି । ଯୁବକ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫାଣ୍ଡିରେ ପହଞ୍ଚି କହିଛନ୍ତି, ତାଙ୍କୁ କେହି ଦୁର୍ବୁତ୍ତ ମାଡ଼ ମାରିଛି । 

Advertisment

ତେବେ ନିଶା କରବାରକୁ ନେଇ ମାରପିଟ ହୋଇଥିବା ପୁଲିସ ସନ୍ଦେହ କରୁଛି । ଆଜାଦ ଶବର ନାମକ ବ୍ୟକ୍ତି ଜଣକ ତ୍ରିନାଥ ବସ୍ତିରେ ରହି ଆସୁଥିଲେ । ତେବେ ୧୧୦୦ ଟଙ୍କା ନ ଦେବାରୁ ଦୁର୍ବୁତ୍ତ ମାନେ ଗୋଡ଼େଇ ଗୋଡ଼େଇ ହାଣିଥିବା ସେ ଅଭିଯୋଗ କରିଛନ୍ତି ।