କନକ ବ୍ୟୁରୋ: ଅନଲାଇନ୍ ଗେମ୍ ନେଲା ଆଉ ଏକ ଜୀବନ । ସର୍ବସ୍ବ ହରାଇବା ପରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ବରି ବାଇଁଶିରିଆ ପଞ୍ଚାୟତ ୧୦ ନମ୍ବର ୱାର୍ଡର ସୋମନାଥ ସାହୁ ଜୀବନ ସାରା ପରିଶ୍ରମ କରି ଯାହା କିଛି ସଞ୍ଚୟ କରି ରଖୁଥିଲେ । ଅନ୍ ଲାଇନ୍ ଗେମ୍ ଖେଳି ସର୍ବସ୍ବ ହରାଇଦେଲେ । ହାତଉଧାରି ମଧ୍ୟ ବଢ଼ି ଯାଇଥିଲା । ଛୋଟ ଛୋଟ ପିଲା ସାଙ୍ଗକୁ ପରିବାର ଚିନ୍ତା କରି ଭାଙ୍ଗି ପଡ଼ିଥିଲେ ସୋମନାଥ । ଶେଷରେ ରସି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। । ବରି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ଜୀବନ ନେଲା ଅନଲାଇନ୍ ଗେମ୍ ; ସର୍ବସ୍ବାନ୍ତ ହେବା ପରେ ରସି ଲଗାଇ ଝୁଲିପଡ଼ିଲେ ଯୁବକ
ଅନଲାଇନ ଗେମ୍ ଖେଳି ଜୀବନ ହାରିଲେ ଯୁବକ । ସର୍ବସ୍ବାନ୍ତ ହେବା ପରେ ରସି ଲଗାଇ ଆତ୍ମହତ୍ୟା । ଯାଜପୁର ଜିଲ୍ଲା ବରି ଅଞ୍ଚଳରେ ଦୁଃଖଦ ଘଟଣା । ଅନଲାଇନ ଗେମ୍ ନେଲା ଜୀବନ
/kanak/media/media_files/2025/08/21/d-2025-08-21-16-30-14.jpg)