କନକ ବ୍ୟୁରୋ : ବିଞ୍ଝାରପୁରରୁ ଆସିଲା ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ । ଯୁବକମାନେ ନେଉଥିଲେ ବାର୍ଦ୍ଧକ୍ୟ ଭତ୍ତା । ମୋଟ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ସୂଚନା ମିଳିଛି । ଏହା ଜଣାପଡିବା ପରେ ସେହି ଅଯୋଗ୍ୟ ହିତାଧିକାରୀଙ୍କୁ ବିଂଝାରପୁର ବିଡିଓ ନୋଟିସ ପଠାଇଛନ୍ତି । ଭତ୍ତା ଟଙ୍କା ନ ଫେରାଇଲେ ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ହେବ ବୋଲି ବିଡିଓ ଚେତାବନୀ ଦେଇଛନ୍ତି । ବିଞ୍ଝାରପୁର ବ୍ଲକର ୨୯ଟି ପଂଚାୟତର ମୋଟ ୮୯୪ ଜଣ ବାର୍ଦ୍ଧକ୍ୟ ଭତ୍ତା ନେଇଥିବା ଜଣାପଡିଛି ।
ଯୁବକ ନେଉଥିଲେ ବାର୍ଦ୍ଧକ୍ୟ ଭତ୍ତା ; ଧରାପଡିବା ପରେ ୮୯୪ ଜଣଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ
ବିଞ୍ଝାରପୁରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ । ଭେଣ୍ଡିଆ ନେଉଥିଲେ ଭତ୍ତା। ୮୯୪ ଜଣଙ୍କୁ ଅଯୋଗ୍ୟ ହିତାଧିକାରୀଙ୍କୁ ବିଡିଓଙ୍କ ନୋଟିସ । ଅର୍ଥ ଫେରାଅ ନହେଲେ କାର୍ୟ୍ୟାନୁଷ୍ଠାନ ।
/kanak/media/media_files/2025/02/21/gt8G90P66XkM3WXZjBM8.jpg)