କନକ ବ୍ୟୁରୋ : ଭୁଲ୍ ଇଞ୍ଜେକସନ ଯୋଗୁଁ ୪ ବର୍ଷ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅସୁସ୍ଥ ହେବା ପରେ ଶିଶୁକନ୍ୟାକୁ ଡାକ୍ତରଖାନା ଆଣିଥିଲେ ପରିବାର ଲୋକେ । ତେବେ ସାଲାଇନ ଓ ଇଞ୍ଜେକ୍ସନ ଦେବା ପରେ ଶିଶୁକନ୍ୟାର ମୃତ୍ୟୃ ହୋଇଛି ।
ତେଣୁ ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ମେଡିକାଲରେ ଭୁଲ ଇଞ୍ଜେକ୍ସନ ପାଇଁ ୨୦ ଜଣ ଶିଶୁ ଗୁରୁତର ହୋଇଥିଲେ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାକୁ ନେଇ ଉଠିଲା ପ୍ରଶ୍ନ । ଶିଶୁ କନ୍ୟାର ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି । କଣ ପାଇଁ ବାରମ୍ବାର ଏଭଳି ଘଟଣା ଘଟୁଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି ।