ଶକ୍ତି ପୀଠରେ ଚାଲିଛି ଜଗତଜନନୀଙ୍କ ଆରାଧନା । ଚଣ୍ଡୀପାଠରେ ପ୍ରକମ୍ଫିତ ମାଙ୍କ ପୀଠ

Advertisment

ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଚତୁର୍ଥ ଦିନରେ ଷୋଡଶ ଉପଚାର ପୂଜା କରା ଯାଉଛି

ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଚତୁର୍ଥ ଦିନରେ ଷୋଡଶ ଉପଚାର ପୂଜା କରା ଯାଉଛି

333

କନକବ୍ୟୁରୋ : ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଚତୁର୍ଥ ଦିନରେ ଷୋଡଶ ଉପଚାର ପୂଜା କରା ଯାଉଛି। ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ପାର୍ବଣୀୟ ଷୋଡଶ ଉପଚାର ପୂଜାରେ ପ୍ରତ୍ୟହ ପ୍ରଭାତରୁ ମାଙ୍କୁ ୧୦୮ ଗରା ଜଳ, ଚୁଆ, ଚନ୍ଦନ, ହଳଦୀ, ମଧୁ, କନ୍ଦ, ନୈବେଦ୍ୟ ଓ ସୁବାସିତ ଜଳରେ ମାର୍ଜନା ସହିତ ଅବକାଶ ନୀତି କରା ଯାଇଛି । 

ପରେ ମଙ୍ଗଳ ଆଳତୀ ବାଳ ଭୋଗ ନୀତି ଅନୁଷ୍ଠିତ ହେବା ପରେ ମାଙ୍କୁ ସୁନାବେଶରେ ସଜ୍ଜିତ କରା ଯାଉଛି। ମାଙ୍କ ନିକଟରେ ପଇଡ଼ ଲାଗି ପରେ ଶ୍ରୋତୀୟ ବ୍ରାହ୍ମଣ ଙ୍କ ଦ୍ଵାରା ଚଣ୍ଡି ପାଠ ସହ ପୂଜାର୍ଚ୍ଚନା କରାଯାଉଛି । ପାର୍ବଣରେ ମାଙ୍କ ଦର୍ଶନ କରି ନେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।  

ଆଦିଶକ୍ତି ମା ତାରାତାରିଣୀଙ୍କ ପିଠରେ ଚାଲିଛି ଷୋଡଶ ଉପଚାର ପୂଜା । ମାଙ୍କ ସୁସଜ୍ଜିତ ବେଶ ଦେଖିବା ପାଇଁ ପର୍ୟ୍ୟଟଙ୍କ ଗହଳି ଲାଗି ରହୁଥିବା ବେଳେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ, ହୋମ ଯଜ୍ଞର ଆୟୋଜନ ଲାଗି ରହିଛି । 

ଏଠାରେ ମାଙ୍କ ଦର୍ଶନ ପାଇଁ ଦୂରଦୁରାନ୍ତରୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ । ମାଙ୍କ ଷୋଡଶ ଉପଚାର ପୂଜା ମୂଳା ଅଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଚଣ୍ଡୀପାଠ ସହ ହୋମଯଜ୍ଞ ଚାଲିଛି । ନବମୀ ଠାରୁ ମାଙ୍କର ବିଭିନ୍ନ ବେଶ ସହ ଗୁପ୍ତ ନୀତି କାନ୍ତି ପରେ ମାଙ୍କୁ ମନ୍ଦିର ପରିକ୍ରମା କରିବା ସହ ଦଶମୀ ପୂଜାର ଆୟୋଜନ କରାଯିବ  ।

ପାର୍ବଣରେ ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି ଓ ପାର୍ବଣ ସମୟରେ ମାଆ ଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଏ ଓ ଅନ୍ୟ ଦିନରେ ପଞ୍ଚ ଉପଚାରେ ପୂଜା ପାଇଥାନ୍ତି ମାଆ ମଙ୍ଗଳା ।

ଷୋଡଶ ପୂଜାର ଚତୁର୍ଥ ଦିନରେ ମାଆ ମଙ୍ଗଳା ସୁବର୍ଣ ମୁକୁଟ ପରିଧାନ କରି ଚନ୍ଦନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଓ ଏହି ଷୋଡଶ ଉପଚାର ପୂଜାର ଅନେକ ନୀତି ନିୟମ ଓ ବିଧି ବିଧାନ ରହିଛି ଓ ଏହି ପୂଜା ସମୟରେ ସ୍ବତନ୍ତ୍ର ତାଲିମପ୍ରାପ୍ତ ପୂଜକ ନିଯୁକ୍ତି ହୋଇ ବିଶେଷ ପୂଜା ନୀତି ସଂପନ୍ନ କରିଥାନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe