ବିଶ୍ୱର ପ୍ରାଚୀନ ସହର ଦମାସ୍କସ୍‌ ବିଦ୍ରୋହୀଙ୍କ ଦଖଲରେ । ବିଦ୍ରୋହ ପରେ ସିରିଆ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସଦ୍ ।

8888888

କନକ ବ୍ୟୁରୋ: ମଧ୍ୟ ପ୍ରାଚ୍ୟ ସର୍ବପୁରାତନ ଦେଶ ସିରିଆରେ ଅସଦ୍‌ ଶାସନର ଅନ୍ତ ଓ ବିଦ୍ରୋହୀଙ୍କ ଦ୍ୱାରା ବିଶ୍ୱର ପ୍ରାଚୀନ ସହର ଦମାସ୍କସ୍ ଦଖଲ ହୋଇସାରିଛି । ଏହାରି ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ, ସିରିଆର ଆଗାମୀ ଶାସକ କିଏ ହେବ। ଯେଉଁଠି ଗଣତନ୍ତ୍ରର ଚିହ୍ନବର୍ଣ୍ଣ ବି ନାହିଁ। ଏବଂ ଦେଶର ଆର୍ଥିକ ସ୍ଥିତି ଲଗାତାର ତଳକୁ ଖସିବାରେ ଲାଗିଛି ।

ସିରିଆରେ କିଏ କରିବ ଆଗକୁ ଶାସନ । । ଦେଶରେ ଗୃହଯୁଦ୍ଧ ପରେ କ୍ଷମତା ଚକ୍ର ପରିବର୍ତ୍ତନ ସମ୍ଭାବନା ଦେଖାଦେଇଛି । ମଧ୍ୟ ପ୍ରାଚ୍ୟ ସର୍ବପୁରାତନ ଦେଶ ସିରିଆରେ ଅସଦ୍‌ ଶାସନର ଅନ୍ତ ଓ ବିଦ୍ରୋହୀଙ୍କ ଦ୍ୱାରା ବିଶ୍ୱର ପ୍ରାଚୀନ ସହର ଦମାସ୍କସ୍ ଦଖଲ ହୋଇସାରିଛି । ସିରିଆରେ ୨୪ ବର୍ଷ ଧରି ଚାଲିଥିବା ବଶର ଅଲ୍‌ ଅସଦ୍‌ଙ୍କ ଶାସନର ଅନ୍ତ ଘଟିଛି । ଏହାରି ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଯେ, ସିରିଆର ଆଗାମୀ ଶାସକ କିଏ ହେବ । କିଏ କରିବ ବିଶ୍ୱର ଏହି ପ୍ରାଚୀନ ଦେଶ ଉପରେ ଶାସନ । ଯେଉଁଠି ଗଣତନ୍ତ୍ରର ଚିହ୍ନ ନାହିଁ ।

ସିରିଆରେ କିଏ କରିବ ଶାସନ?

ବିଶ୍ୱର ପ୍ରାଚୀନ ସହର ଦମାସ୍କସ୍‌ ବିଦ୍ରୋହୀଙ୍କ ଦଖଲରେ
ବିଦ୍ରୋହ ପରେ ସିରିଆ ଛାଡ଼ି ପଳାଇଛନ୍ତି ରାଷ୍ଟ୍ରପତି ଅସଦ୍
ସିରିଆରେ ଆନୁଷ୍ଠାନିକ ଭାବରେ ଗଣତନ୍ତ୍ର ରହିଛି 
ସିରିଆ ସମ୍ବିଧାନ ଏହାକୁ ଏକ ଅର୍ଦ୍ଧ-ରାଷ୍ଟ୍ରପତି ପ୍ରଧାନ ଗଣତନ୍ତ୍ରରେ ପରିଣତ କରିଛି
ଗୃହଯୁଦ୍ଧ ସମୟରେ ଦେଶରେ ଚାଲିଥିଲା ଦୁଇଟି ବିକଳ୍ପ ସରକାର
ସିରିଆର ଅର୍ଥନୀତିରେ ରପ୍ତାନି ଆୟର ପ୍ରାୟ ୪୦% ତୈଳ କ୍ଷେତ୍ର ଯୋଗାଇଥାଏ
ସିରିଆକୁ ବିଶ୍ୱ ବ୍ୟାଙ୍କ୍ ‘ନିମ୍ନ ମଧ୍ୟମ ଆୟ ଦେଶ’ ଶ୍ରେଣୀରେ ରଖିଛି

ବିଦ୍ରୋହୀ ସଂଗଠନ ତୁର୍କୀ ସମର୍ଥନରେ ଏହି ସଫଳତା ହାସଲ କରିଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ହସ୍ତାନ୍ତର ନିର୍ଦ୍ଦେଶ ଦେଇ ଅସଦ୍‌ ସିରିଆ ଛାଡ଼ିଥିବା  ରୁଷ୍‌ ବିଦେଶ ମନ୍ତ୍ରାଳୟ  ପକ୍ଷରୁ କୁହାଯାଇଛି । ସିରିଆର ରାଜନୈତିକ ପରିବର୍ତ୍ତନ ନେଇ ଜେନେଭାରେ ଏକ ବୈଠକ ହେବ ବୋଲି ଜଣାପଡ଼ିଛି। ସେପଟେ ଏ ଘଟଣା କ୍ରମ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ପ  କହିଛନ୍ତି,  ଆମେରିକା ସିରିଆରେ ସାମରିକ କାର୍ଯ୍ୟାନୁଷ୍ଠାନରୁ ଦୂରେଇ ରହିବ ଏବଂ ବର୍ତ୍ତମାନର ସ୍ଥିତିରେ  କୌଣସି ହସ୍ତକ୍ଷେପ କରିବ ନାହିଁ । ସେହିପରି ସିରିଆରେ ସ୍ଥିତି ନିୟନ୍ତ୍ରଣ କରିବାରେ ରୁଷିଆ ସରକାର ଓ ପୁଟିନଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ । କହିଛନ୍ତି, ଉଭୟ ବିଫଳ ହୋଇଛନ୍ତି ସିରିଆ ସ୍ଥିତିରେ ସୁଧାର ଆଣିବାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe