କନକ ବ୍ୟୁରୋ : ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଆକାଶରେ ପ୍ରଭୁତ୍ୱ ବିସ୍ତାର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁ ଦେଶର ବାୟୁସେନା ଯେତେ ଶକ୍ତିଶାଳୀ, ସେ ଦେଶର ସାମରିକ ଶକ୍ତି ସେତେ ଅଧିକ । ଏହି ଶକ୍ତିର ମୂଳଦୁଆ ହେଉଛି ଉନ୍ନତ ଫାଇଟର ଜେଟ୍, ଯାହା କେବଳ ଶକ୍ତିଶାଳୀ ନୁହେଁ, ବରଂ ଟେକ୍ନୋଲୋଜି, ଗତି ଏବଂ ବିଧ୍ୱଂସକ ଶକ୍ତିର ଏକ ଅଦ୍ଭୁତ ମିଶ୍ରଣ । ଏହି ବିମାନଗୁଡ଼ିକ ଶତ୍ରୁ ପକ୍ଷର ମନରେ ଭୟ ସୃଷ୍ଟି କରିବାର କ୍ଷମତା ରଖନ୍ତି । ଜାଣନ୍ତୁ ବିଶ୍ୱର ସବୁଠାରୁ ୬ଟି ଭୟଙ୍କର ଫାଇଟର ଜେଟ୍ ବିଷୟରେ ।

Advertisment

ମିଗ୍-୨୯କେ ଭାରତୀୟ ନୌସେନାର ଏକ ବିଶ୍ୱସ୍ତ ଏବଂ ଭରସାଯୋଗ୍ୟ ଅସ୍ତ୍ର । ଭାରତ ଏହାକୁ ଋଷ ସହିତ ମିଳିତ ସହଯୋଗରେ ନିର୍ମାଣ କରିଛି । ଏହି ଯୁଦ୍ଧ ବିମାନକୁ ଏୟାର-ଡିଫେନ୍ସ ଏବଂ ସ୍ଥଳଭାଗ ଉପରେ ଆକ୍ରମଣ (ଗ୍ରାଉଣ୍ଡ ଆଟାକ୍) ପାଇଁ ବ୍ୟବହାର କରାଯାଏ । ମିଗ୍-୨୯କେ ଭାରତର ଦୁଇ ପ୍ରମୁଖ ବିମାନବାହୀ ଯୁଦ୍ଧ ଜାହାଜ, ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଏବଂ ଆଇଏନଏସ ବିକ୍ରାନ୍ତ ଦ୍ୱାରା ପରିଚାଳିତ ହୋଇଥାଏ । ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ଏହା କଠିନ ସାମୁଦ୍ରିକ ପରିସ୍ଥିତିରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିବାରେ ସକ୍ଷମ । ଭାରତୀୟ ନୌସେନା ପାଖାପାଖି ଦୁଇ ଦଶନ୍ଧି ଧରି ଏହି ଶକ୍ତିଶାଳୀ ଫାଇଟର ଜେଟକୁ ବ୍ୟବହାର କରିଆସୁଛି । ଏହାର ଟେକ୍ନୋଲୋଜି, ଋଷର ଦୀର୍ଘ ଏବଂ ସମୃଦ୍ଧ ବାୟୁସେନା ପରମ୍ପରା ଉପରେ ଆଧାରିତ ।

ଶେନୟାଙ୍ଗ କୁ 'ଫ୍ଲାଇଙ୍ଗ୍ ସାର୍କ' ବୋଲି ମଧ୍ୟ କୁହାଯାଏ । ଏହା ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି ନେଭିର ବିମାନବାହୀ ପୋତଗୁଡ଼ିକରୁ ଉଡାଣ ଭରିଥାଏ । ଏହାର ବଡ଼ ଏବଂ ଭାରୀ ଶରୀର ଏହାକୁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ କରିଥାଏ । ଏହି ଜେଟ୍‌ର ଗତି ପ୍ରାୟ ମ୍ୟାକ୍ ୨ (Mach 2) । ଏହାକୁ ଏୟାର-ଟୁ-ଏୟାର ଏବଂ ଆଣ୍ଟି-ସିପ୍ ମିସନରେ ବ୍ୟବହାର କରାଯାଏ । ଯଦିଓ ଟେକ୍ନୋଲୋଜି ଦୃଷ୍ଟିରୁ ଏହା ଆମେରିକୀୟ ଏବଂ ୟୁରୋପୀୟ ଜେଟ୍‌ମାନଙ୍କଠାରୁ କିଛି ମାତ୍ରାରେ ପଛରେ ବୋଲି ବିବେଚନା କରାଯାଏ, ତଥାପି ଚୀନ୍‌ ଏହାକୁ କ୍ରମାଗତ ଭାବରେ ଅପଗ୍ରେଡ୍ କରିଚାଲିଛି ।

ଶେନୟାଙ୍ଗ ଏହା ଚୀନ୍‌ର ଏକ ଫାଇଟର ଶକ୍ତିଶାଳୀ ଫାଇଟର୍‌ ଜେଟ୍ । ଏହାକୁ ବିଶେଷ ଭାବରେ ଚୀନୀ ନୌସେନାର ନୂଆ ଏୟାରକ୍ରାଫ୍ଟ କ୍ୟାରିଅର୍ ପାଇଁ ଡିଜାଇନ୍ କରାଯାଇଛି । ଏହାକୁ ଆମେରିକାର F-35ର ଚୀନୀ ପ୍ରତିପକ୍ଷ ବା ଅସ୍ତ୍ର ବୋଲି କୁହାଯାଏ । ଏଥିରେ ଦୁଇଟି ଇଞ୍ଜିନ୍ , ବିମାନ ଭିତରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ସ୍ଥାନ ଏବଂ ଷ୍ଟେଲଥ୍ ଡିଜାଇନ୍ ଅର୍ଥାତ୍‌ ଲୁଚି ରହିପାରିବା ଭଳି ଏହାର ଗଠନ  ।

ରାଫେଲ ଏମ୍ ଫ୍ରାନ୍ସ ନୌସେନାର ମୁଖ୍ୟ ଶକ୍ତି ବୋଲି ବିବେଚନା କରାଯାଏ । ଏହାର ଗତି ହେଉଛି ମ୍ୟାକ୍ ୧.୮ (Mach 1.8) । ଏହାକୁ ଏୟାର-ଟୁ-ଏୟାର , ଗ୍ରାଉଣ୍ଡ ଆଟାକ୍ ଏବଂ ଆଣ୍ଟି-ସିପ୍ ମିସନରେ ବ୍ୟବହାର କରାଯାଏ । ଏହା ମିଟିଓର ଏବଂ ସ୍କାଲ୍ପ-ଇଜି ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବହନ କରିଥାଏ ।
ନିକଟରେ ଭାରତ ମଧ୍ୟ ନିଜର ନୂତନ ବିମାନବାହୀ ପୋତ ପାଇଁ ଏହାକୁ ଚୟନ କରିଛି । ଏହାର ବହୁମୁଖୀ କାର୍ଯ୍ୟ କରିବାର କ୍ଷମତା ଦୁନିଆର ସବୁଠାରୁ ଭରସାଯୋଗ୍ୟ ଫାଇଟର ଜେଟ୍ ମଧ୍ୟରେ ସ୍ଥାନ ଦେଇଛି ।

ଏଫ୍/ଏ-୧୮ଇ/ଏଫ୍ ସୁପର ହର୍ନେଟ୍ ଆମେରିକୀୟ ନୌସେନାର ମେରୁଦଣ୍ଡ ଅଟେ । ଏହାକୁ ଆମେରିକାର ବୃହତ୍ତମ ନୌସେନା ଅପରେସନଗୁଡ଼ିକରେ ସାମିଲ କରାଯାଇଛି ।ଏହି ଯୁଦ୍ଧ ବିମାନକୁ ବହୁମୁଖୀ ଭୂମିକା, ଇଲେକ୍ଟ୍ରୋନିକ୍ ଏବଂ ଅନ୍ୟ ଯୁଦ୍ଧ ବିମାନରେ ଇନ୍ଧନ ଭରିବା  ପାଇଁ ବ୍ୟବହାର କରାଯାଏ । ଏହା ସହିତ ଭାରତ ମଧ୍ୟ ଏହାକୁ ନିଜର ବିମାନବାହୀ ପୋତରେ ସାମିଲ କରିବା ପାଇଁ ବିଚାର କରିସାରିଛି । ଏହାର ଡିଜାଇନ୍ ଏବଂ ଟେକ୍ନୋଲୋଜି ସବୁ ପରିସ୍ଥିତିରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ସକ୍ଷମ ।

ଏଫ୍‌-୩୫ବି ଲାଇଟନିଙ୍ଗ୍ II ହେଉଛି ଆମେରିକାର ଷ୍ଟେଲଥ୍ ଟେକ୍ନୋଲୋଜିର ଏକ ମାଷ୍ଟରପିସ୍ । ଏହାକୁ ଷ୍ଟେଲଥ୍ ଆକ୍ରମଣ ଅର୍ଥାତ୍‌ ଲୁଚି ରହି ଆକ୍ରମଣ କରିବା , ଇଲେକ୍ଟ୍ରୋନିକ୍ ଯୁଦ୍ଧ ଏବଂ ଗୁଇନ୍ଦାଗିରି, ନିରୀକ୍ଷଣ ଓ ପର୍ଯ୍ୟବେକ୍ଷଣ ଭଳି କାର୍ଯ୍ୟରେ ବ୍ୟବହାର କରାଯାଏ । F-35B ହେଉଛି ଦୁନିଆର ଏକମାତ୍ର ଷ୍ଟେଲଥ୍ ଫାଇଟର ଜେଟ୍, ଯାହାକି ବିମାନବାହୀ ପୋତରୁ ପରିଚାଳିତ (କ୍ୟାରିଅର୍-ବେସ୍ଡ) ହେବା ସହିତ ଭର୍ଟିକାଲ୍ ଟେକ୍-ଅଫ୍ ଏବଂ ଲ୍ୟାଣ୍ଡିଂ ଅର୍ଥାତ୍ ସିଧାସଳଖ ଉପରକୁ ଉଠିବା , ଓହ୍ଲାଇବା ଓ ଅପରେସନ୍ ମଧ୍ୟ କରିପାରେ । ଏହାର ଅତ୍ୟାଧୁନିକ ଷ୍ଟେଲଥ୍ ଟେକ୍ନୋଲୋଜି ଏହାକୁ ରାଡାରରୁ ଲୁଚାଇ ରଖିବାରେ ସାହାଯ୍ୟ କରେ । ଆମେରିକା ବ୍ୟତୀତ ଏହାକୁ ବ୍ରିଟେନ୍‌ ଏବଂ ଯାପାନ ମଧ୍ୟ ବ୍ୟବହାର କରେ ।

ଏହି ଫାଇଟର ଜେଟ୍‌ଗୁଡ଼ିକ କେବଳ ଯୁଦ୍ଧାସ୍ତ୍ର ନୁହେଁ, ବରଂ ନିଜ ନିଜ ଦେଶର ସାମରିକ ଏବଂ ବୈଷୟିକ ଦକ୍ଷତାର ପ୍ରତୀକ । ଏମାନଙ୍କର ଉପସ୍ଥିତି ହିଁ ଯୁଦ୍ଧର ସମୀକରଣକୁ ବଦଳାଇ ଦେବାର କ୍ଷମତା ରଖେ ।