କନକ ବ୍ୟୁରୋ : ଯଦି ତୁମେ ସୂର୍ଯ୍ୟ ଭଳି ଚମକିବାକୁ ଚାହୁଛ... ତେବେ ପ୍ରଥମେ ସୂର୍ଯ୍ୟଙ୍କ ଭଳି ଜଳିବାକୁ ଚେଷ୍ଟା କର, ଏହି ନୀତିବାଣୀ ହେଉଛି ଭାରତରତ୍ନ ତଥା ମହାନ ବୈଜ୍ଞାନିକ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କର । ତାଙ୍କ ସରଳତା, ସଚ୍ଚୋଟତା ଆଉ କିଛି ନୂଆ କରିବାର ଜୋସ୍‌ ହିଁ ତାଙ୍କୁ ସମସ୍ତଙ୍କର ପ୍ରିୟ ପାତ୍ର କରିଥିଲା । କାମ କରିବାର ଜୁନୁନ୍‌ ହିଁ ତାଙ୍କୁ ଖବର କାଗଜ ହକରରୁ ମିସାଇଲ ମ୍ୟାନ୍‌ ଆଉ ଦେଶର ରାଷ୍ଟ୍ରପତି କରିଥିଲା । ଖାଲି ଦେଶ ନୁହେଁ ସାରା ବିଶ୍ୱରେ ସେ ସମସ୍ତଙ୍କ ପାଇଁ ପ୍ରେରଣା । ସେ ଭାରତର ମିସାଇଲ ମ୍ୟାନ୍‌...ଏ ପି ଜେ ଅବଦୁଲ କଲାମ । 

Advertisment

1wd1

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଜୀବନୀ ଉପରେ ବାୟୋପିକ୍‌ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ତାଙ୍କ ଜୀବନୀ ବିଷୟରେ ଅଧିକାଂଶ ଲୋକ ବହିରେ ପଢନ୍ତି କିନ୍ତୁ ପ୍ରଥମ ଥର ଏହାକୁ ବଡ଼ ପରଦାରେ ଦେଖିବେ । ରାମେଶ୍ୱରମ୍‌ ତାମିଲନାଡୁଠୁ ନେଇ ରାଷ୍ଟ୍ରପତି ଭବନ, ତା'ସହ ରାଷ୍ଟ୍ରପତି ହେବା ପଛର ପ୍ରେରଣାଦାୟୀ କାହାଣୀ ଖୁବଶୀଘ୍ର ବଡ଼ ପରଦା ଉପରେ ଦେଖିବାକୁ ପାଇବେ ଦର୍ଶକ ।ଭାରତରେ ଅନେକ ଦିନ ଧରି ଦାବି ହେଉଥିଲା ଯେ କଲାମଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ ହେବା ଉଚିତ, ଯାହା ଲୋକଙ୍କୁ ପ୍ରେରଣା ଦେବ । ଲୋକଙ୍କ ଏହି ଇଚ୍ଛାକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ତାମିଲ ସୁପରଷ୍ଟାର ଧନୁଷ, ଆଦିପୁରୁଷର ଡାଇରେକ୍ଟର ଓମ୍‌ ରାଉତଙ୍କ ସହ ଏହି ଫିଲ୍ମ ଉପରେ କାମ କରିବେ । 

8ଓଁ

କଲାମଙ୍କ ଭୂମିକାରେ ନଜର ଆସିବେ ଧନୁଷ

ଧନୁଷ...ତାମିଲ ଇଣ୍ଡଷ୍ଟ୍ରିର ଏହି ଲୋକପ୍ରିୟ ଅଭିନେତାଙ୍କୁ ସମସ୍ତେ ପସନ୍ଦ କରନ୍ତି । ନିଜର ଅଭିନୟ ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖୁଥିବା ଧନୁଷ ପରଦାରେ ଅବୁଦଲ କଲାମ ଭାବରେ ନଜର ଆସିବେ । ଏହି ବାୟୋପିକ୍‌ର ନାଁ ରହିଛି “କଲାମ : ଦ ମିସାଇଲ୍‌ ମ୍ୟାନ୍‌ ଅଫ୍‌ ଇଣ୍ଡିଆ” । ଯାହାର ଘୋଷଣା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ କରାଯାଇଛି ।

qwd

ଧନୁଷ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏହାର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, " ଉଦାର ଏବଂ ପ୍ରେରଣାଦାୟକ ନେତା ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ କାହାଣୀକୁ ବଡ଼ ପରଦାରେ ଆଣିବାର ସୁଯୋଗ ପାଇ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛି । " ଏହା ପରେ ତାଙ୍କ ଫ୍ୟାନ୍ସମାନଙ୍କର ଖୁସି କହିଲେ ନ ସରେ । କମେଣ୍ଟ୍‌ ବକ୍ସରେ ଶୁଭେଚ୍ଛା ବର୍ଷା କରିବା ସହ କଲାମଙ୍କ ଏହି ବାୟୋପିକ୍କୁ‌ ବହୁତ ଆଗ୍ରହର ସହ ଅପେକ୍ଷା କରିଥିବା କହିଛନ୍ତି ଫ୍ୟାନ୍ସମାନେ । 

ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ ଦେଖାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାତା । ତେବେ ଚଳିତ ବର୍ଷ ରିଲିଜ୍‌ ହେବାକୁ ଥିବା ଏହି ବାୟୋପିକ୍‌ଟି ପରଦାରେ ଆସିବା ପରେ ଖୁବ୍‌ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି ଡାଇରେକ୍ଟର ଓମ୍‌ ରାଉତ୍‌ ।