କନକ ବ୍ୟୁରୋ : ନୂଆ ବର୍ଷ ଆଗମନ ପାଇଁ ସାରା ବିଶ୍ୱ ଉତ୍ସବମୁଖର । ଏହାରି ଭିତରେ ନୂଆ ବର୍ଷରେ ପାଦ ଦେଇଛି ନ୍ୟୁଜିଲ୍ୟାଣ୍ଡ ।  ନ୍ୟୁଜିଲ୍ୟାଣ୍ଡର ଅକଲାଣ୍ଡରେ ପ୍ରଥମ ନୂଆ ବର୍ଷ ପାଳନ କରାଯାଇଛି । ଆତସବାଜି ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପୁରୁଣା ବର୍ଷର କ୍ୟାଲେଣ୍ଡର ଓଲଟି ଯାଇଛି । ବର୍ଷ ୨୦୨୪କୁ ଶେଷ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ କରାଯାଇଛି । 

Advertisment

ଭାରତୀୟ ସମୟ ଅନୁସାରେ, ଅପରାହ୍ଣ ସାଢ଼େ ୪ଟା ବେଳେ ନ୍ୟୁଜିଲ୍ୟାଣ୍ଡରେ ନୂଆ ବର୍ଷ ଆରମ୍ଭ ହୋଇଛି । କାଉଣ୍ଟଡାଉନ ଆରମ୍ଭ ହେବା ମାତ୍ରେ ଉତ୍ସବ ମୁଖର ହୋଇଥିଲା ସାରା ସହର । ବର୍ଷର ଆଗମନକୁ ସଭିଏଁ ଉତ୍ସାହର ସହ ସ୍ବାଗତ କରିଛନ୍ତି ।