କନକ ବ୍ୟୁରୋ: ରାଜସ୍ଥାନର ବିକାନେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ୱୋଧନ । ଏହା ମାଧ୍ୟମରେ ସେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି । ଆଉ କହିଛନ୍ତି, ସାରା ଦୁନିଆ ଦେଖିଲା ଯେବେ ସିନ୍ଦୂର ବାରୁଦ ହୁଏ ପରିଣାମ କଣ ହୁଏ । ସିନ୍ଦୂର ପୋଛିଥିବା ସୈତାନଙ୍କୁ ମାଟିରେ ମିଶାଇଲୁ । ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି । ୩ ସେନା ମିଶି ଚକ୍ରବ୍ୟୂହ ରଚିଥିଲେ । ୨୨ର ପ୍ରତିଶୋଧ ୨୨ ମିନିଟରେ ନେଇଥିଲୁ । ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲୁ । ପ୍ରଥମେ ଘରେ ପଶି ମାରିଥିଲୁ, ଏବେ ଛାତିକୁ ମାରିଲୁ । ଏହା ଆକ୍ରୋଶ ନୁହେଁ, ସମଗ୍ର ଭାରତର ରୌଦ୍ର ରୂପ । ପରମାଣୁ ଆକ୍ରମଣ ଧମକକୁ ଭାରତ ଖାତିର କରେନି । ପୂରା ବିଶ୍ୱରେ ପାକିସ୍ତାନର ପୋଲ୍ ଖୋଲୁଛି । ଆଉ ଆକ୍ରମଣ କଲେ ଧୂଳିସାତ କରିଦେବୁ । ପାକିସ୍ତାନ କେବେ ସିଧା ଲଢ଼େଇ କରିପାରିବନି ।
ଆହୁରି ମଧ୍ୟ ମୋଦୀ କହିଛନ୍ତି, ପାକିସ୍ତାନକୁ ଭାରତର ହକ୍ ର ପାଣି ମିଳିବନି । ଭାରତୀୟଙ୍କ ରକ୍ତରେ ଖେଳିବା ପାକିସ୍ତାନୀଙ୍କୁ ମହଙ୍ଗା ପଡ଼ିବ । ପାକିସ୍ତାନ କେବେ ଭାରତଠାରୁ ସିଧା ସଳଖ ଯୁଦ୍ଧ ଜିତିପାରିବନି । ଯେତେବେଳେ ବି ସିଧାସଳଖ ଯୁଦ୍ଧ ହୋଇଛି ସେତେବେଳେ ପାକିସ୍ତାନକୁ ବେଜିତ ହେବାକୁ ପଡିଛି । ସେଥିପାଇଁ ପାକିସ୍ତାନ ଆତଙ୍କବାଦକୁ ଭାରତ ବିପକ୍ଷରେ ଅସ୍ତ୍ର କରିଛି । ସ୍ୱାଧୀନତା ପରଠୁ ଏହା ହିଁ ହୋଇ ଆସିଛି । ହେଲେ ପାକିସ୍ତାନ ଏହା ଭୁଲି ଯାଇଛି ମା’ ଭାରତୀର ସେବକ ମୋଦୀ ଏଠାରେ ଛାତି ଦେଖାଇ ଛିଡ଼ା ହୋଇଛି । ମୋଦୀର ମୁଣ୍ଡ ଥଣ୍ଡା ଅଛି ଥଣ୍ଡା ରହିବ । ହେଲେ ମୋଦୀର ରକ୍ତ ଗରମ ହୁଏ । ଏବେ ମୋଦୀର ଶିରରେ ରକ୍ତ ନୁହେଁ ଗରମ ସିନ୍ଦୂର ପ୍ରବାହିତ ହେଉଛି । ଏବେ ଭାରତ ସ୍ପଷ୍ଟ କରିଦେଇଛି ପ୍ରତ୍ୟେକ ଆତଙ୍କୀ ଆକ୍ରମଣର ଜବାବ ଭାରତ ପାକିସ୍ତାନକୁ ଦେବ । ଆଉ ଏହାର ମୂଲ୍ୟ ପାକିସ୍ତାନର ସେନା ଆଉ ପାକିସ୍ତାନର ଅର୍ଥ ବ୍ୟବସ୍ଥା ସହିବ । ଏବେ ପାକିସ୍ତାନ ସହ କୌଣସି ଟ୍ରେଡ୍ ବିଷୟରେ ନୁହେଁ ବରଂ ପିଓକେ ବିଷୟରେ କଥା ହେବ ଭାରତ । ଯଦି ପାକିସ୍ତାନ ଆତଙ୍କୀ କାର୍ଯ୍ୟକଳାପ ବନ୍ଦ ନକଲା ତାକୁ ବହୁମୂଲ୍ୟ ସହିବାକୁ ପଡ଼ିବ ।