କନକ ବ୍ୟୁରୋ: ଅଧିକାରୀଙ୍କୁ ତାଲା ପକାଇଲେ ମହିଳା ସଂଘର କର୍ମକର୍ତା। ଦୀର୍ଘ ସମୟ ଧରି ତାଲା ପକାଇ ରଖିବା ପରେ ଅସୁସ୍ଥ ହୋଇପଡ଼ିଲେ ବ୍ଲକ କାର୍ୟ୍ୟାଳୟର ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ମହେନ୍ଦ୍ର କୁମାର ମହାନ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ପୁଟୁରା ପଂଚାୟତ କାର୍ୟ୍ୟାଳୟରେ। ସିଏଲଏଫ ସମ୍ପାଦକ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାର ତଦନ୍ତ କରିବାକୁ ସିଡିପିଓ ୩ ଅଧିକାରୀଙ୍କୁ ପଂଚାୟତ କାର୍ୟ୍ୟାଳୟକୁ ପଠାଇଥିଲେ। କିନ୍ତୁ ତଦନ୍ତ ଚାଲୁଥିବା ବେଳେ ମହିଳା ସଂଘର ସଦସ୍ୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ସମସ୍ତ ଅଧିକାରୀ। ସମସ୍ତଙ୍କୁ ପଂଚାୟତ ଅଫିସରରେ ତାଲା ମାରି ରଖିଥିଲେ ମହିଳା। ସଂପାଦକ ନିଯୁକ୍ତିରେ ସ୍ବଚ୍ଛତା ନଆସିବା ଯାଏଁ ସେମାନଙ୍କୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଛନ୍ତି ମହିଳା ସଂଘର କର୍ମକର୍ତା।
ଅଧିକାରୀଙ୍କୁ ତାଲା ପକାଇଲେ ମହିଳା ସଂଘର କର୍ମକର୍ତ୍ତା: ସିଏଲଏଫ ସମ୍ପାଦକ ନିଯୁକ୍ତିର ତଦନ୍ତ ପାଇଁ ବାଲେଶ୍ୱର ପୁଟୁରା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅଧିକାରୀ
ଅଧିକାରୀଙ୍କୁ ତାଲା ପକାଇଲେ ମହିଳା ସଂଘର କର୍ମକର୍ତା। ଦୀର୍ଘ ସମୟ ଧରି ତାଲା ପକାଇ ରଖିବା ପରେ ଅସୁସ୍ଥ ହୋଇପଡ଼ିଲେ ବ୍ଲକ କାର୍ୟ୍ୟାଳୟର ବ୍ଲକ ପ୍ରୋଜେକ୍ଟ କୋର୍ଡିନେଟର ମହେନ୍ଦ୍ର କୁମାର ମହାନ୍ତ।
/kanak/media/media_files/M0MQRFW7e8Q84FQjDeZt.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)