ଗାଁ ମହିଳାଙ୍କ ସୁନ୍ଦର କଳାକୃତି । ସବାଇଘାସରେ ତିଆରି କରୁଛନ୍ତି ଘରକରଣା ସାମଗ୍ରୀ । ୨ ଶହ ମହିଳା ହୋଇଛନ୍ତି ସ୍ୱାବଲମ୍ବୀ

Advertisment

ସବାଇଘାସ, ଖଜୁରୀ ପିଂଛରୁ ଫୁଲ ଚାଙ୍ଗୁଡି, ପେନଷ୍ଟାଣ୍ଡ, ପାପୋଚ, ବ୍ୟାଗ, ପାଛିଆ, ଟୋପି, ପ୍ରଭୃତି ତିଆରି କରୁଛନ୍ତି ମହିଳା । ଏମାନେ ପ୍ରଶିକ୍ଷଣ ପାଇବା ପରେ ନିଜର ଗୃହିଣୀ ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ୫ ହଜାର ଟଙ୍କା ପର୍ୟ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯାହା ଫଳରେ ସେମାନଙ୍କୁ ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଆଉ କାହା ପାଖରେ ହାତ ପତେଇବାକୁ ପଡୁନାହିଁ । 

4SABAI

4SABAI Photograph: (4SABAI)

କନକ ବ୍ୟୁରୋ : ସବାଇଘାସ ଓ ଖଜୁରୀ ପିଞ୍ଛରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ସାମଗ୍ରୀ । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳବର୍ତ୍ତି ଅଂଚଳର ମହିଳା ମାନେ ଏହି ସାମଗ୍ରୀ ତିଆରି କରୁଛନ୍ତି । ଓଜସ୍ବିନୀ ଲାଇଭ୍‌ଲିହୁଡ୍‌ ଫରୋମ ପକ୍ଷରୁ ମହିଳାମାନଙ୍କୁ ଏସମ୍ପର୍କରେ ଅଧିକ ତାଲିମ ଦିଆଯାଇଛି । ପ୍ରାୟ ୪ଟି ପଞ୍ଚାୟତର ପାଖାପାଖି ୨ଶହ ମହିଳା, ସବାଇ ଘାସରୁ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ତିଆରି କରୁଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ଏହି ସବୁ ସାମଗ୍ରୀର ଚାହିଦା ରହିଛି । 

ସବାଇଘାସ, ଖଜୁରୀ ପିଂଛରୁ ଫୁଲ ଚାଙ୍ଗୁଡି, ପେନଷ୍ଟାଣ୍ଡ, ପାପୋଚ, ବ୍ୟାଗ, ପାଛିଆ, ଟୋପି, ପ୍ରଭୃତି ତିଆରି କରୁଛନ୍ତି ମହିଳା । ଏମାନେ ପ୍ରଶିକ୍ଷଣ ପାଇବା ପରେ ନିଜର ଗୃହିଣୀ ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ୫ ହଜାର ଟଙ୍କା ପର୍ୟ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯାହା ଫଳରେ ସେମାନଙ୍କୁ ନିଜର ଆବଶ୍ୟକ ଖର୍ଚ୍ଚ ପାଇଁ ଆଉ କାହା ପାଖରେ ହାତ ପତେଇବାକୁ ପଡୁନାହିଁ । 

ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ଡଗରା ବେଳାଭୁମି ଡ଼ାକବଙ୍ଗଳା ପରିସରରେ ସବାଇ କଳା ମହୋତ୍ସବ ଆୟୋଜିତ କରାଯାଇ ବିଭିନ୍ନ ଡିଜାଇନର ସାମଗ୍ରୀ ପ୍ରସ୍ତୁତ କରି ସଫଳତା ପାଇଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe