କନକ ବ୍ୟୁରୋ :  ଯାହା ହାତ ଧରି ସାତ ଜନ୍ମର ସାଥୀ ହୋଇଥିଲେ, ସେ ହିଁ ହତ୍ୟା ପାଇଁ କରିଛି ଉଦ୍ୟମ । ସ୍ବାମୀ ଆକ୍ରମଣରେ ଗୁରୁତର ହୋଇ ମେଡିକାଲରେ ନ୍ୟାୟ ଭିକ୍ଷା କରୁଛି ସ୍ତ୍ରୀ । ବଲାଙ୍ଗୀର ସହରର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଉଭୟ ଦମ୍ପତି ବଲାଙ୍ଗୀର ରିଜର୍ଭ ପୋଲିସରେ କନେଷ୍ଟବଳ ଥିବା ବେଳେ ହସଖୁସିରେ ଚାଲିଥିଲା ସଂସାର । କିନ୍ତୁ ରାସ୍ତାରେ ଯାଉଥିବାବେଳେ ହଠାତ୍‌ ପତ୍ନୀଙ୍କ ଉପରକୁ ଆକ୍ରମଣ କରିଥିଲେ ସ୍ବାମୀ। ସହଯୋଗୀ ଜଗା ସହ ପଥରରେ ମୁଣ୍ଡକୁ ଛେଚି ଫେରାର ହୋଇଯାଇଛନ୍ତି ଜ୍ୟୋତି ପ୍ରଧାନ । ହେଲେ କାହିଁକି ଏତେ ନିଷ୍ଠୁର ହେଲେ ସ୍ବାମୀ ତାହା ଜାଣିପାରୁ ନାହାନ୍ତି ନୁପୁର ।

Advertisment

ଆକ୍ରମଣ ନେଇ ତୁଷୁରା ଥାନାରେ ମାମଲା ରୁଜୁ ପରେ ଜ୍ୟୋତି ପ୍ରଧାନକୁ ନିଲମ୍ବନ କରାଯାଇଛି । କିନ୍ତୁ ୬ଦିନ ପରେ ବି ଜ୍ୟୋତିଙ୍କୁ ଗିରଫ କରିପାରିନି ପୋଲିସ । ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିବା କହିଛନ୍ତି ଏସଡିପିଓ । 

ସ୍ବାମୀ-ସ୍ତ୍ରୀ କଳହରେ ବଳି ପଡ଼ିଛି ୧୦ମାସର ଶିଶୁ । ଅନ୍ୟପଟେ ଅଭିଯୁକ୍ତ ଜ୍ୟୋତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ନୁପୁର । ଏଠି ପ୍ରଶ୍ନ କାହିଁକି ନିଷ୍ଠୁଠ ହେଲେ ଜ୍ୟୋତି ? ଆକ୍ରମଣ ପଛରେ କଣ ରହିଛି କାରଣ ? କନେଷ୍ଟବଳ ସ୍ତ୍ରୀଙ୍କୁ କେବେ ମିଳିବ ନ୍ୟାୟ ।