କନକ ବ୍ୟୁରୋ : କାନ୍ଦବୋବାଳିରେ ଫାଟି ପଡୁଛି ପରିବେଶ….କିଏ ଧନଲୋ ଡାକୁଛି ତ କିଏ ବାପାଲୋ ଡାକୁଛି । ପୁଣି ଆଉ କିଏ ପାଟିରେ ପାଣି ଦେଉଛି । ଏ ସବୁ ଦୃଶ୍ୟ ଦେଖିଲେ ଆପଣ ବି ଧୈର୍ଯ୍ୟ ଧରିପାରିବେ ନାହିଁ । ଦୁର୍ଘଟଣାରେ ସମ୍ବାଦ ଜୟପୁର ସସ୍କଂରଣର ସବ ଏଡିଟର୍‌ ଅଶୋକ କୁମାର ପଲେଇଙ୍କର ଅକସ୍ମାତ ମୃତ୍ୟୁ ପରେ ଯେବେ ଘରେ ପହଞ୍ଚିଥିଲା ମରଶରୀର ଇଏ ତାପରର ଦୃଶ୍ୟ ।   

Advertisment

ରାମ ରାମ ସତ୍ୟହେ ଡକାଯାଉଛି, ଶଶ୍ମାନକୁ ଯାଉଛି ଶବ । କାନ୍ଦୁଛି ଗାଁ, କାନ୍ଦୁଛି ପରିବାର, ବାହନୁଛି ସ୍ତ୍ରୀ । ସମସ୍ତଙ୍କର ଗୋଟିଏ କଥା ଇଏ କଣ ଯିବାର ସମୟ ଥିଲା । କିନ୍ତୁ ବିଧିର ବିଧାନ ଆଗରେ କିଏ ବା କଣ କରିପାରିବ । ବେଶ୍‌ ହସଖୁସିରେ ଚାଲୁଥିବା ପରିବାର ଉପରେ ଯେ ହଠାତ୍‌ ଏମିତି ଦୁଃଖର କଳାବାଦଲ ପଡ଼ିବ ତାହା କେହି କେବେ ଭାବିନଥିଲେ । ଆଉ ଅଶୋକଙ୍କ ମୃତ୍ୟୁ ପରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । କଥାରେ ଅଛି ଜନ୍ମମୃତ୍ୟୁ…କେହି କେବେ କହିପାରିବେ ନାହିଁ । ଅର୍ଥାତ୍‌ କେତେବେଳେ କଣ ହେବ କାହାକୁ ବି ଜଣାନଥାଏ । ହେଲେ ଅଶୋକଙ୍କ ବିୟୋଗ ପରେ ନିର୍ବାକ ହୋଇଯାଇଛନ୍ତି ସମସ୍ତେ । ସମସ୍ତଙ୍କ ଆଖିରେ ଲୁହ, ଛାତିରେ କୋହ । ଜଣେ ଭଲ ସାମ୍ବାଦିକଙ୍କୁ ହରାଇ ସ୍ଥାନୀୟ ଅଞ୍ଚଳ ଯେତିକି ଦୁଃଖୀତ ସେ କାମ କରୁଥିବା ସଂସ୍ଥା ବି ସେତିକି ମର୍ମାହତ ।

ଅଧିକ ପଢ଼ନ୍ତୁ--ଜୟପୁର ସମ୍ବାଦ ସଂସ୍କରଣର ସହ ସମ୍ପାଦକ ଅଶୋକ ପଲେଇଙ୍କ ପରଲୋକ, ଭୋଜି ଖାଇବାକୁ ଯାଉଥିବା ବେଳେ ଦୁର୍ଘଟଣା