କନକ ବ୍ୟୁରୋ: ଖଣିରୁ ସରକାର ପାଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ। ଖଣି ଅଂଚଳର ଲୋକ ପାଉଛନ୍ତି କଣ। ଧୂଳିଧୂଆଁ ଆଉ ଖାଲଖମା ଭର୍ତ୍ତି ରାସ୍ତା। ରାଜ୍ୟ ରାଜପଥ ସ୍ଥାନୀୟ ଲୋକଙ୍କ ପାଇଁ ଦୁଃଖ ପାଲଟି ଯାଇଛି। ରାସ୍ତା କାମ ପାଇଁ ୨୦୨୩ରୁ ଯୋଜନା ହେଲାଣି, ଅନୁଦାନ ମଧ୍ୟ ଆସିଲାଣି କିନ୍ତୁ ଏଯାଏଁ କାମ ଆରମ୍ଭ ହୋଇନାହିଁ। ଫଳରେ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁଃଖ ପାଲଟି ଯାଇଛି।
କୋଟି କୋଟି ଟଙ୍କାର ରାଜସ୍ୱ ଯୋଗାଉଥିବା ରାଜପଥ, ନିଜେ ଅବହେଳିତ। ଖାଲଖମା ଭର୍ତ୍ତି ରାସ୍ତାର ମରାମତି ପାଇଁ ୨୦୨୩ରୁ ଟେଣ୍ଡର ସରିଛି। ରାଜ୍ୟ ରାଜପଥର ୬ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ପକ୍ଷରୁ ୫୩ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ରାସ୍ତା କାମ ୨୦୨୫ ମସିହାର ଜାନୁଆରୀ ମାସରେ ସାରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ପରିତାପର ବିଷୟ, ପିଚୁ କଥା ଦୂରରେ ଥାଉ ରାସ୍ତାରେ ଏଯାଏଁ ମାଟି ମୁଠାଏ ମଧ୍ୟ ପଡ଼ିନାହିଁ।
କେନ୍ଦୁଝର ଯୋଡ଼ା ବ୍ଲକର ରାଜ୍ୟ ରାଜପଥ ବାମେବାରୀ ଠାରୁ କାଳିମାଟି ରାସ୍ତା। ଏହି ରାସ୍ତା ଉପରେ ୨୦ଟି ପଞ୍ଚାୟତର ଲୋକ ନିର୍ଭର କରନ୍ତି। ଯୋଡ଼ା ଖଣିରୁ ଖଣିଜ ପରିବହନ ନିମନ୍ତେ ଏହି ରାସ୍ତା ଏକ ପ୍ରମୁଖ ମାଧ୍ୟମ। ପ୍ରତିଦିନ ଶହଶହ ଲୁହାପଥର ବୋଝେଇ ଟ୍ରକ ଚଳାଚଳ କରୁଛି। ଏବେ ଏହି ରାସ୍ତା ସମସ୍ତଙ୍କ ପାଇଁ ଯେମିତି ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣାରେ ଧନ ଜୀବନ ହାନୀ ଘଟୁଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକେ ଯିବାକୁ ଭୟ କରୁଥିବା ବେଳେ ଲୁହାପଥର ବୋଝେଇ ଗାଡ଼ି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛି। ତେଣୁ ରାଜ୍ୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ସମ୍ପୃକ୍ତ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/11/25/zXuq0LfLTWb0bnhuuhT0.jpg)